ସାହସ ଓ ନିଡରର ପ୍ରତିକ ହେଉଛନ୍ତି ଭାରତର ଏହି ମହିଳା ଅଫିସର ! ଯାହାଙ୍କ ନାଁ ଶୁଣିବା ମାତ୍ରେ ଅପରାଧିଙ୍କ ମୁହଁରେ ଆସିଯାଏ ଡର ।

56

ପିଲାବେଳୁ ଆମେ ଗୋଟିଏ ଶବ୍ଦ ଶୁଣିଆସିଛେ ସମାଜ ପୁରୁଷଙ୍କ ଉପସ୍ଥିତି ଉପରେ ନିର୍ଭର କରେ । ଯାହାକୁ ଶିକ୍ଷିତ ସମାଜର ପ୍ରତ୍ୟେକଟି ବ୍ୟକ୍ତିବିଶେଷ ଗ୍ରହଣ ମଧ୍ୟ କରିଥାନ୍ତି । ସେମାନଙ୍କ ଦୃଷ୍ଟିକୋଣରେ ପୁରୁଷ ହିଁ ସବୁ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବାର ସାମର୍ଥ୍ୟ ରଖୁଛି । କିନ୍ତୁ ବିଗତ ଦିନର ପୃଷ୍ଠାକୁ ଓଲଟାଇ ଯଦି ଦେଖିବେ ତେବେ ଜାଣିପାରିବେ ବିଭିନ୍ନ କ୍ଷେତ୍ରରେ ନାରୀମାନେ ମଧ୍ୟ ନିଜ ପରାକାଷ୍ଠାର ଅଭୁଲା ଛାପକୁ ସମାଜ ଆଗରେ ପରିପ୍ରକାଶ କରିଛନ୍ତି । ସେମାନେ ପୁରୁଷଙ୍କ ସମସ୍କନ୍ଧ ହୋଇ ଏଭଳି ଚିନ୍ତାଧାରାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଏବଂ ନୁତନ ଇତିହାସ ରଚିଛନ୍ତି । ଉଦାହରଣ ଭାବେ କିରଣ ବେଦୀଙ୍କୁ ହିଁ ନିଅନ୍ତୁ । ପୁରୁଷ ସମାଜ ଦେଶରେ ଜଣେ ନାରୀ ଆଇନର ନୀତି ଏବଂ ନିୟମକୁ ମାନି ଖାକି ପୋଷାକ ଆବରଣରେ ବଡ ବଡ ଅପରାଧିଙ୍କ ଦେହରୁ ଝାଳ ବୁହାଇବାରେ ସଫଳ ହୋଇଥିଲେ ।ଏଭଳି କିଛି ମହିଳା ଅଫିସରଙ୍କ ସାହସିକତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମହିଳା ଅଫିସରଙ୍କ ତାଲିକା ନିମ୍ନରେ ଦିଆଗଲା । ୧. ସଙ୍ଗୀତା କାଲିଆ

ହରିଆଣାର ଫତେହପୁରଠାରୁ ୨୦୧୦ ମସିହାରେ ଆପିଏସ୍ ପଦବୀରେ ଅଭିଷିକ୍ତ ହୋଇଥିବା ମହିଳା ଅଫିସର ହେଉଛନ୍ତି ସଙ୍ଗୀତା କାଲିଆ । ସଙ୍ଗୀତାଙ୍କ ବାପା ଜଣେ ଚିତ୍ରକାର । ନବେ ଦଶକର ଟିଭି ଧାରାବାହିକ ‘ଉଡାନ୍’ କୁ ଦେଖି ସଙ୍ଗୀତାଙ୍କ ମନରେ ଆପିଏସ୍ ଅଫିସର ହେବାର ଜିଜ୍ଞାସା ଜନ୍ମିଥିଲା । ତୃତୀୟ ଥର ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ହରିଆଣାରେ ଜଏନ୍ କରିଥିଲେ । ୨୦୧୫ ମସିହାରେ ସଙ୍ଗୀତା ଏବଂ ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ଭିଜଙ୍କ ମଧ୍ୟରେ ହୋଇ ଥିବା ଗରମ ବିବାଦ ସାମ୍ମାକୁ ଆସିଥିଲା । ସେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ସଙ୍ଗୀତାଙ୍କୁ ପାନେ ଚଖାଇବା ପାଇଁ ଏକ ଦୁର୍ଗମ ଅଞ୍ଚଳକୁ ସ୍ଥାନାନ୍ତରିତ କରିଥିଲେ । ସେତେବେଳେ ତାଙ୍କୁ ସପୋର୍ଟ କରିବା ପାଇଁ ଲୋକେ ଏକଜୁଟ୍ ହୋଇ ଯାଇଥିଲେ ଏବଂ ବାଧ୍ୟ ହୋଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ତାଙ୍କ ଟ୍ରାନ୍ସଫର ରୋକିବାକୁ ପଡିଥିଲା । ୨. ସୋମ୍ୟା ସମ୍ବାଶିବନ୍

ସୋମ୍ୟା ସମ୍ବାଶିବନ୍ ହେଉଛନ୍ତି ସିମଲାର ପ୍ରଥମ ମହିଳା ଏସପି । ୨୦୧୦ ମସିହାରେ ଆଇପିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ହିମାଞ୍ଚଳ ପ୍ରଦେଶରେ ଥିବା ସମୟରେ ସେ ୬ଟି ମର୍ଡର କେସ୍ ଏବଂ ଡ୍ରଗ୍ ମାଫିଆଙ୍କୁ ଗିରଫ କରିବାରେ ତାଙ୍କର ବଡ ହାତ ଥିଲା । ୩. ମିରା ବୋରୱାଙ୍କର୍

ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ବିଭାଗର ପ୍ରଥମ ମହିଳା ମୁଖ୍ୟା ଭାବରେ ପରିଚିତ ମିରା ବୋରୱାଙ୍କରଙ୍କର ଯେତେ ପ୍ରଶଂସା କଲେ ବି କମ୍ ପଡିବ । ନିଜର ନିଡର ବ୍ୟକ୍ତିତ୍ୱ ପାଇଁ ସେ ଖୁବ୍ ପ୍ରସିଦ୍ଧ । ଏହିଭଳି ଜଣେ ଅଫିସର ଯାହାଙ୍କୁ ଦେଖିଲେ ଦୋଷୀଙ୍କ ମୁହଁରୁ ସ୍ୱତଃ ଭୁଲ ସ୍ୱୀକାର ହୋଇଯାଏ । ବଡ ବଡ କେସକୁ ସଲ୍ଭ କରିବାରେ ତାଙ୍କର ବହୁତ ବଡ ହାତ ରହିଛି । ଏହି କେସ୍ ମାନଙ୍କ ମଧ୍ୟରେ ଅବୁ ସଲିମ୍ କେସ୍, ଜାଲଗାଉନ୍ ସେକ୍ସ ସ୍କାଣ୍ଡାଲ୍, ଇକବାଲ୍ ମିରଚି କେସ୍ ଏବଂ ଏଭଳି ଅନେକ କେସକୁ ସେ ତୁଟାଇଛନ୍ତି । ୨୦୧୫ ମସିହାରେ ୟାକୁବ୍ ମେନନ୍ ଫାଶୀ ଦଣ୍ଡାଦେଶ ସମୟରେ ସେ ସାକ୍ଷୀ ଦେଇଥିଲେ । ୪. ସୋନିଆ ନାରଙ୍ଗ

ନିଜ ବାପା ଏ.ଏନ୍ ନାରଙ୍ଗଙ୍କଠାରୁ ପ୍ରେରଣା ପାଇଥିବା ସୋନିଆ ମଧ୍ୟ ବାପାଙ୍କ ଭଳି ଜଣେ ଆଇପିଏସ୍ ଅଫିସର ପଦବୀରେ ଅଭିଷିକ୍ତ ହୋଇଥିଲେ । ବାପା ଡିଏସପି ପଦବୀରୁ ଅବସର ନେବା ପରେ ଝିଅଙ୍କ କାନ୍ଧରେ ଆଇପିଏସ୍ ପଦବୀର ବ୍ୟାଚ୍ ଝୁଲିଥିଲା । ପିଲାବେଳୁ ଖାକି ପୋଷାକ ପ୍ରତି ଆଶକ୍ତି ରଖିଥିବା ଝିଅ ବଡ ହେବା ପରେ ବିଭିନ୍ନ ବଡ ବଡ କେସକୁ ତୁଟାଇଥିଲେ । ୨୦୦୬ ମସିହାରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ହଟ୍ଟଗୋଳକୁ ବନ୍ଦ କରିବାକୁ ଯାଇ ସୋନିଆ ଜଣେ କଂଗ୍ରେସ ବିଧାୟକଙ୍କୁ ଚାପୁଡା ମାରିଥିଲେ ଏବଂ ବିଜେପି ବିଧାୟିକା ରେଣୁକାଚାର୍ଯ୍ୟାଙ୍କୁ ମଧ୍ୟ ଲାଠିଚାର୍ଯ କରି ଚାପୁଡା ମାରିଥିଲେ । ଏହି ଘଟଣା ସେତେବେଳେ ଝଡ ସ୍ୱରୁପ ଚାରିଆଡେ ବିସ୍ତାରିତ ହୋଇଯାଇଥିଲା । ୫. ସଂଯୁକ୍ତା ପରାସର୍

ଆସାମ ରାଜ୍ୟରେ ଏସପି ପଦବୀରେ ଥିବା ସଂଯୁକ୍ତା ନିଜର ନିଡର ଏବଂ ସାହସିକତା ପାଇଁ ସିଆରପିଏଫ୍ ଜବାନଙ୍କ ଟିମ୍ ଲିଡର ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେ ମାତ୍ର ୧୫ ମାସରେ ୬୪ ଟି କେସରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅସାମାଜିକ କାରବାରକୁ ମଧ୍ୟ ରେଟ୍ କରିଥିଲେ । ଏମିତି କି ମରଣାନ୍ତକ ଆକ୍ରମଣର ଶିକାର ହୋଇ ମଧ୍ୟ ସେ ନିଜ ଡ୍ୟୁଟି ପ୍ରତି ଅବହେଳା ଭାବ ରଖିନାହାନ୍ତି ।