ଯବାନଙ୍କ ସାହାସିକତା ଯୋଗୁଁ ବଞ୍ଚିଗଲା ଶିଶୁ! ଟ୍ରେନ୍ ତଳେ ପଡିଥିବା ଶିଶୁକୁ ଉଦ୍ଧାର କଲେ ଯବାନ ।

Advertisment
ଯବାନଙ୍କ ସାହାସିକତା ଯୋଗୁଁ ବଞ୍ଚିଗଲା ଶିଶୁ! ଟ୍ରେନ୍ ତଳେ ପଡିଥିବା ଶିଶୁକୁ ଉଦ୍ଧାର କଲେ ଯବାନ ।

Source:Nexus Mods

ମହାରାଷ୍ଟ୍ରର ସିକ୍ୟୁରିଟି ଫୋର୍ସର ଜଣେ ଯବାନ ପ୍ଳାଟଫର୍ମରୁ ଖସି ଚଳନ୍ତା ଟ୍ରେନର ଚକା ତଳକୁ ଚାଲି ଯାଉଥିବା ଶିଶୁର ଜୀବନ ବଞ୍ଚାଇଛନ୍ତି। ମୁମ୍ବାଇର ମହାଲକ୍ଷ୍ମୀ ରେଲେଓ୍ଵ ଷ୍ଟେସନରେ ନିଜ ପରିବାର ସହିତ ଆସୁଥିବା ଶିଶୁଟି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ୍‌ ପ୍ଲାଟଫର୍ମରୁ ତାର ଗୋଡ ଖସି ଯିବାରୁ ଟ୍ରେନ୍‌ ଚକା ତଳକୁ ଚାଲି ଯାଉଥିଲା। ଏହି ସମୟରେ ପ୍ଲାଟଫର୍ମରେ ଥିବା ଜଣେ ଯବାନ ତତକ୍ଷଣାତ୍‌ ଶିଶୁଟିକୁ ଟ୍ରେନ୍‌ ତଳରୁ ଟାଣି ଆଣି ତାର ଜୀବନ ବଞ୍ଚାଇଥିଲେ। ଆଉ ଟିକେ ବିଳମ୍ବ ହୋଇଥିଲେ ଟ୍ରେନ ଚକା ତଳେ ଚାପି ହୋଇ ଶିଶୁଟିର ମୃତ୍ୟୁ ହୋଇଯିବାର ଅନେକ ସମ୍ଭାବନା ଥିଲା । ଏହି ସମୟର ଦୃଶ୍ୟ ପ୍ଲାଟଫର୍ମରେ ଲାଗିଥିବା ସିସିଟିଭି ଫୁଟେଜର କଏଦ୍ ହୋଇ ଯାଇଥିଲା। ଯାହାକି ଏବେ ଭାଇରାଲ ହୋଇଛି।publive-imageଟୁଇଟରରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି ଘଟଣାର ଭିଡିଓକୁ ସେୟାର କରି ଯବାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ରେଳମନ୍ତ୍ରୀ ଯବାନଙ୍କ ଉପସ୍ଥିତ ବୁଦ୍ଧି ଓ ସାହାସିକ କାର୍ୟ୍ୟକୁ ଦେଖି ଖୁସି ହୋଇଛନ୍ତି। ମହାରାଷ୍ଟ୍ରର ସିକ୍ୟୁରିଟି ଫୋର୍ସ ଉପରେ ଗର୍ବ ଅନୁଭବ କରିଛନ୍ତି ବୋଲି କହିଛନ୍ତି ଶିଶୁଟିର ଜୀବନ ବଞ୍ଚାଇ ଥିବା ଯବାନଙ୍କ ନାମ ସଚିନ୍‌ ପୋଲ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଶିଶୁଟିକୁ ସାମାନ୍ୟ ଆଘାତ ଲାଗିଥିଲା। ଷ୍ଟେସନର ମେଡିକାଲ ରୁମରେ ଚିକିତ୍ସା କରାଯିବା ପରେ ଶିଶୁକୁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe