ପରମ୍ପରାରୁ ଏହି ପ୍ରଥା ଚାଲିଆସିଛି ଯେ ଶବଦାହ ସମୟରେ କୌଣସି ମହିଳା ମୃତକଙ୍କ ପାଖକୁ ଯିବେ ନାହିଁ କିମ୍ବା ଅନ୍ତ୍ୟେଷ୍ଟି କାର୍ଯ୍ୟ କରିବେ ନାହିଁ । କିନ୍ତୁ ଏମିତି ବହୁତ କେସ୍ ଦେଖାଯାଇଛି ଯେଉଁଠି ବାପାର ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଝିଅ ସାମୀଲ ହୋଇଛି । କିନ୍ତୁ ବାପା ମା’ ବଞ୍ଚି ଥାଉ ଥାଉ ନିଜ ସନ୍ତାନର ମର ଶରୀରକୁ ଦେଖିବା କେତେ କଷ୍ଟକର ଏହା ଜଣେ ଭୁକ୍ତଭୋଗୀ ହିଁ କହିପାରିବ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗୁରଦାସପୁରଠାରେ । ଦିନ ଥିଲା ୧୩ ମଇ ୨୦୧୮, ବିଶ୍ୱ ମାତୃ ଦିବସର ଖୁସି ଉଲ୍ଲାସରେ ଘରେ ଘରେ ଯେଉଁଠି ପୁଅ ଝିଅ ନିଜ ମା’ଙ୍କୁ ମାତୃ ଦିବସର ଶୁଭେଚ୍ଛା ଜଣାଉଥିଲେ ସେହିଦିନ ସହିଦ୍ କନଷ୍ଟେବଳ ମନଦୀପ୍ କୁମାରଙ୍କ ମା’ କୁନ୍ତି ଦେବୀ ନିଜ ପୁଅର ମରଶରୀରକୁ କାନ୍ଧରେ ଧରି ଜୟହିନ୍ଦର ନାରା ଦେଉଥିଲେ । ସବୁ ପ୍ରଥାକୁ ପଛରେ ପକାଇ ଏହି ହତଭାଗିନୀ ମା’ ନିଜ ପୁଅକୁ ଅନ୍ତିମଥର ପାଇଁ ଦେଖିଥିଲେ । ଜାମ୍ମୁ-କାଶ୍ମୀର ସୀମାରେ ଆତଙ୍କବାଦୀଙ୍କ ସହ ଯୁଦ୍ଧ କରୁଥିବା ସମୟରେ ମନଦୀପଙ୍କ ଗୋଡରେ ଗୁଳି ବାଜିଥିଲା । ଆଘାତ ଏତେ ଗଭୀର ଥିଲା ଯେ ସେ ମୃତ୍ୟୁମୁଖରେ ପଡିଥିଲେ ।
ଆମ ପ୍ରଥା ପରମ୍ପରା ସ୍ତ୍ରୀ ଲୋକଙ୍କୁ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରିଥାଏ । ପୁଅ ବାହାଘରେ ମା’ର ଅନୁପସ୍ଥିତି ଏବଂ ଅନ୍ତ୍ୟେଷ୍ଟିରେ ମଧ୍ୟ ଜନ୍ମକଲା ମା’ର ଉପସ୍ଥିତିକୁ ବାରଣ କରାଯାଇଛି । କିନ୍ତୁ ଏଭଳି ପ୍ରଥାକୁ ପଛରେ ପକାଇ କୁନ୍ତି ଦେବୀ ନିଜ ବୀର ପୁଅକୁ ଶେଷଥର ପାଇଁ ଦେଖିଥିଲେ ।
ବୀର ସନ୍ତାନର ସାହାସୀ ମା’! ଯେତେବେଳେ ଦେଶ ମାତୃଦିବସ ପାଳୁଥିଲା ନିଜ ସହିଦ୍ ପୁଅର ମରଶରୀରକୁ ଧରି ଜୟହିନ୍ଦର ଡାକରା ଦେଉଥିଲେ ଏହି ମା’ ।
/kanak/media/post_attachments/wp-content/uploads/2018/05/mandeep1_750_051418105429.jpg)