ସାଧାରଣତନ୍ତ୍ର ଦିବସ ପରେଡରେ ସମ୍ମାନିତ ହେବେ ଗଲୱାନ ସହିଦ । ଗତ ଜୁନ ୧୫ରେ ଲଦାଖର ଗଲୱାନରେ ସହିଦ ହୋଇଥିଲେ ୨୦ ଭାରତୀୟ ଯବାନ

ସାଧାରଣତନ୍ତ୍ର ଦିବସ ପରେଡରେ ସମ୍ମାନିତ ହେବେ ଗଲୱାନ ସହିଦ । ଗତ ଜୁନ ୧୫ରେ ଲଦାଖର ଗଲୱାନରେ ସହିଦ ହୋଇଥିଲେ ୨୦ ଭାରତୀୟ ଯବାନ

କନକ ବ୍ୟୁରୋ : ଗତବର୍ଷ ଜୁନ୍‌ ୧୫ ତାରିଖ ଦିନ ପୂର୍ବ ଲଦାଖର ଗଲଓ୍ଵାନ୍‌ ଉପତ୍ୟକାରେ ଚୀନ୍‌ ସେନାକୁ ପ୍ରତିରୋଧ କରି ସହିଦ ହୋଇଥିବା ‘୧୬ ବିହାର ବାଟାଲିୟନ୍‌’ର କର୍ଣ୍ଣେଲ୍‌ ବି ସନ୍ତୋଷ ବାବୁଙ୍କ ସମେତ ଅନ୍ୟୂନ ୫ଜଣ ଭାରତୀୟ ସେନା ଯବାନଙ୍କୁ ସାଧାରଣତନ୍ତ୍ର ଦିବସରେ ମରଣୋତ୍ତର ଭାବେ ସୌର୍ୟ୍ୟ ପଦକ ପ୍ରଦାନ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରଦାନ କରାଯିବାକୁ ଥିବା ପଦକସଂଖ୍ୟା ବିଷୟରେ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଭାରତୀୟ ସେନା କିଛି କହୁ ନ ଥିବା ବେଳେ ଚୀନ୍‌ ସେନା ସହ ଲଢ଼ିଥିବା ଅନ୍ୟୂନ ଦୁଇଜଣ ଅଧିକାରୀ ଓ ତିନିଜଣ ଯବାନଙ୍କୁ ସମ୍ମାନିତ କରାଯିବ ବୋଲି ଜାତୀୟ ଗଣମାଧ୍ୟମ ‘ହିନ୍ଦୁସ୍ତାନ୍‌ ଟାଇମ୍‌ସ୍‌’ ଏଭଳି ସୂଚନା ପାଇଥିବା ପ୍ରକାଶ କରିଛି।

ପାଟ୍ରୋଲିଙ୍ଗ୍‌ ପଏଣ୍ଟ୍‌ ୧୪ ଅଞ୍ଚଳର ଏକ ସ୍ଥାନରୁ ଚୀନ୍‌ ସୈନିକମାନେ ହଟିବାକୁ ମନା କରିବାରୁ ଏହି ସଂଘର୍ଷର ସୂତ୍ରପାତ ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ଚୀନ୍‌ ସୈନିକମାନେ କଣ୍ଟାତାର ଗୁଡ଼ା ଠେଙ୍ଗା ଓ ବର୍ଚ୍ଛାରେ ଭାରତୀୟ ସୈନିକମାନଙ୍କୁ ଆକ୍ରମଣ କରିଥିଲେ। ଉଭୟ ଦେଶର ସୈନିକମାନଙ୍କ ମଧ୍ୟରେ ଦୀର୍ଘ ସାତ ଘଣ୍ଟା ଧରି ସଂଘର୍ଷ ଚାଲିବା ପରେ ଚୀନ୍‌ ସୈନିକମାନେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରୁ ହଟିଥିଲେ।

ଘଟଣା ପରେ ପରେ ଲଦାଖ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟକ୍ଷ ସଂଘର୍ଷରେ ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ସାହସିକତା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ‘ଭାରତ ମାତା’ଙ୍କ ଶତ୍ରୁମାନେ ଆପଣମାନଙ୍କର ଉଗ୍ରରୂପ ଦେଖି ପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe