୨୦ ବର୍ଷ ପରେ ବି ସ୍ମରଣରେ ସହିଦ୍ ! କାରଗିଲରେ ଅଦମ୍ୟ ପରାକାଷ୍ଠା ଦେଖାଇଥିବା ସେହି ସହିଦ୍ ଯବାନ ଯାହାଙ୍କୁ ଦେଶ କରେ ସଲାମ୍

204

ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶରେ ବିଜୟ ଦିବସ ରୁପରେ ପାଳନ କରାଯାଏ । କାରଗିଲ୍ ପାହାଡରେ ହୋଇଥିବା ସେହି ଲୋମଟାଙ୍କୁରା ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାଜିତ କରିଥିଲା । ୬୦ ଦିନ ଧରି ଚାଲିଥିବା କାରଗିଲ୍ ଯୁଦ୍ଧର ଅନ୍ତ ଜୁଲାଇ ୨୬ ତାରିଖରେ ହୋଇଥିଲା । କିନ୍ତୁ କାରଗିଲ୍ ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଭାରତ ମାତାର ସୁରକ୍ଷା କରିଥିବା ସେହି ସୁଯୋଗ୍ୟ ଏବଂ ବୀର ସନ୍ତାନଙ୍କ ପରାକାଷ୍ଠାକୁ ଏବେ ବି ଭାରତବାସୀ ଭୁଲିନାହାନ୍ତି । ଆସନ୍ତୁ କାରଗିଲ୍ ଯୁଦ୍ଧରେ ଭାରତକୁ ସୁରକ୍ଷା ଦେବାପାଇଁ ହସି ହସି ଗୁଳି ଖାଇଥିବା ସେହି ୧୦ ଜଣ ସହିଦ୍ ଯବାନଙ୍କ ପରାକ୍ରମ ବିଷୟରେ ଜାଣିବା ।

୧ . ୧୭ ବର୍ଷ ବୟସରେ ଯବାନ ଅନୁଜ୍ ନାୟର୍ ଜାଟ୍ ରେଜିମେଣ୍ଟ୍ ସହ ଜଡିତ ହେଲେ ଏବଂ ୨୪ ବର୍ଷ ବୟସରେ ଦେଶ ପାଇଁ ସହିଦ୍ ହୋଇଗଲେ । ମହାବୀର ଚକ୍ରରେ ସମ୍ମାନିତ ଏହି ବୀର ଯବାନ କ୍ୟାପଟେନ୍ ଏନ୍ କେଙ୍ଗୁର୍ସୁ ରାଜପୁତାନା ରାଇଫଲ୍ ବାଟାଲିୟନ୍ ରେ ଥିଲେ । କାରଗିଲ୍ ଯୁଦ୍ଧ ସମୟରେ ଲୋନ୍ ହିଲ୍ସରେ ସେ ୧୯୯୯ ଜୁନ୍ ୨୮ ତାରିଖରେ ସହିଦ୍ ହୋଇଯାଇଥିଲେ । ତାଙ୍କୁ ମରଣୋପରାନ୍ତ ମହାବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।

୨ . ଲେଫ୍ଟିନାଣ୍ଟ୍ ଶିଙ୍ଗ୍ କ୍ଲିଫୋର୍ଡ ନୋଗ୍ରୁମ୍ ଜମ୍ମୁ କାଶ୍ମୀର ଲାଇଟ୍ ଇନଫେଣ୍ଟ୍ରୀର ୧୨ ତମ ବାଟାଲିୟନ୍ ରେ ଥିଲେ । କାରଗିଲ୍ ଯୁଦ୍ଧ ସମୟରେ ପଏଣ୍ଟ୍ ୪୮୧୨ ରେ ଲଢେଇ କରୁଥିବା ସମୟରେ ୧୯୯୯ ଜୁଲାଇ ୧ ତାରିଖରେ ସେ ଶତ୍ରୁଙ୍କ ଗୁଳିଚୋଟରେ ସହିଦ୍ ହୋଇଯାଇଥିଲେ । ନୋଗ୍ରୁମ୍ ଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।

୩ . ମେଜର ପଦମପାନୀ ଆଚାର୍ଯ୍ୟ : ରାଜପୁତାନା ରାଇଫଲ୍ସର ବାଟାଲିୟାନ୍ ରେ କାର୍ଯ୍ୟରତ ଥିଲେ । ୧୯୯୯ ଜୁନ୍ ୨୮ ତାରିଖରେ ଲୋନ୍ ହିଲ୍ସରେ ଶତ୍ରୁମାନଙ୍କ ସହ ଲଢେଇ କରିବା ସମୟରେ ସେ ସହିଦ୍ ହୋଇଯାଇଥିଲେ । ତାଙ୍କ ପରାକ୍ରମକୁ ଉଜ୍ଜିବିତ ରଖିବାକୁ ସରକାର ତାଙ୍କୁ ମରଣୋପରାନ୍ତ ମହାବୀର ଚକ୍ରରେ ସମ୍ମାନିତ କରିଥିଲେ ।

୪ . କର୍ଣ୍ଣଲ୍ ସୋନମ୍ ୱାଙ୍ଗଚୁକ୍ ଲଦାଖ୍ ସ୍କାଉଟ୍ ରେଜିମେଣ୍ଟରେ ଅଧିକାରୀ ଥିଲେ । କାରଗିଲ୍ ଯୁଦ୍ଧରେ ଶତ୍ରୁଙ୍କ ସହ ଯୁଦ୍ଧ କରୁଥିବା ସମୟରେ କାରବଟ୍ ଲା ଟପ୍ ରେ ସେ ସହିଦ୍ ହୋଇଯାଇଥିଲେ । ୱାଙ୍ଗଚୁକ୍ ଙ୍କୁ ମଧ୍ୟ ମରଣୋପରାନ୍ତ ମହାବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।

୫ . ମେଜର୍ ବିବେକ ଗୁପ୍ତା ରାଜପୁତାନା ରାଇଫଲ୍ ର ଦ୍ୱିତୀୟ ବାଟାଲିୟନର ସଦସ୍ୟ ଥିଲେ । ୧୯୯୯ ଜୁନ୍ ୧୨ ଡ୍ରାସ୍ ସେକ୍ଟରରେ ସେ ଶତ୍ରୁଙ୍କ ସହ ଲଢୁଥିବା ସମୟରେ ସହିଦ୍ ହୋଇଯାଇଥିଲେ । ଏହି ବୀର ଯବାନଙ୍କୁ ମଧ୍ୟ ମରଣୋପରାନ୍ତ ମହାବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।

୬ . କ୍ୟାପଟେନ୍ ମନୋଜ କୁମାର ପାଣ୍ଡେ ଗୋରଖା ରାଇଫଲ୍ସରେ ପ୍ରଥମ ବାଟାଲିୟନ୍ ରେ ଥିଲେ । ଜୁନ୍ ୧୧ ବଟାଲିକ୍ ସେକ୍ଟରରେ ଶତ୍ରୁସେନାକୁ ମୁହଁଭଙ୍ଗା ଯବାବ୍ ଦେଇଥିଲେ । ତାଙ୍କ ନେତୃତ୍ୱରେ ଭାରତୀୟ ସେନା ଜାବର ଟାପ୍ ଏବଂ ଖାଲବର୍ ଟାପ୍ ରେ ଦ୍ୱିତୀୟଥର ପାଇଁ ଅକ୍ତିଆର କରିଥିଲା । ପାଣ୍ଡେଙ୍କ ପରାକ୍ରମକୁ ଆଖି ଆଗରେ ରଖି ତାଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।

୭ . ପରମବୀର ଚକ୍ରରେ ସମ୍ମାନିତ କ୍ୟାପଟେନ୍ ବିକ୍ରମ ବାର୍ତ୍ତା ୧୩ ତମ ଜମ୍ମୁ-କାଶ୍ମୀର ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ବିକ୍ରମ ତୋଲୋଲିଙ୍ଗ୍ ରେ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବଙ୍କରକୁ ଅକ୍ତିଆର କରିବା ସହ ଗୁଳିଗୋଳାକୁ ଖାତିର ନକରି ନିଜ ସାଥି ସିପାହୀଙ୍କୁ ବଂଚାଇବା ପାଇଁ ପାକ୍ ସେନା ସହ ମୁହାଁମୁହିଁ ହୋଇଥିଲେ । ଜୁଲାଇ ୭ , ୧୯୯୯ ଜୁଲାଇରେ ସେ ଭାରତମାତାର କୋଳରେ ଚିର ଶାନ୍ତିରେ ଶୋଇଯାଇଥିଲେ । ଆଜିର ଦିନରେ ଉକ୍ତ ଶୃଙ୍ଘକୁ ବାର୍ତ୍ତା ଟାପ୍ ବୋଲି କୁହାଯାଉଛି ।

୮ . ମରଣୋପରାନ୍ତ ବୀର ଚକ୍ରରେ ସମ୍ମାନିତ କ୍ୟାପଟେନ୍ ବିଜୟନ୍ତ ଥାପର୍ ସହିଦ୍ ହେବା ପୂର୍ବରୁ ୧୯୯୯ ଜୁନ୍ ୧୩ ତାରିଖରେ ତୋଲୋଲିଙ୍ଗ୍ ର ପାହାଡ ଉପରେ ବିଜୟର ଧ୍ୱଜା ଉଡାଇଥିଲେ ।