୮ ବର୍ଷ ଝିଅର ସାହସ ଓ ପରାକ୍ରମ ସାଜିଲା ଅନ୍ୟ ପାଇଁ ଉଦାହରଣ ! ଅପହରଣକାରୀଙ୍କ କବଳରୁ ନିଜକୁ ନିଜେ କଲା ଉଦ୍ଧାର ।

54

ସାରା ଦେଶରୁ ଝିଅମାନଙ୍କ ପ୍ରତି ହେଉଥିବା ଲଜ୍ଜାଜନକ ଘଟଣାର ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହା ମଧ୍ୟରେ ଗୋଟିଏ ଛୋଟ ପିଲାର ସାହସ ଏବଂ ପରାକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଘଟଣାଟି ଅପହରଣ କରିବାକୁ ଚେଷ୍ଟା କରାଯାଉଥିବା ମାମଲା ସହ ଜଡିତ ।

ଘଟଣାଟି ହେଉଛି ଜୟପୁରର ବଜାଜ ନଗର ଥାନା ଅଞ୍ଚଳର । ଗୁରୁବାର ସକାଳ ପାଖାପାଖି ୬ଟା ସମୟରେ ଗୋପାଳପୁରାର ମୂର୍ତ୍ତି କଲା କଲୋନୀରେ ବାଇକରେ ଥିବା ଦୂର୍ବୁତ୍ତ ମାନେ ୮ ବର୍ଷର ଜଣେ ନିରୀହ ଝିଅକୁ ପ୍ରଥମେ ନିଜ କଥାରେ ଫସାଇଥିଲେ । ଝିଅଟିକୁ ତାର ସ୍କୁଲ ବାବଦରେ ପଚାରିଥିଲେ ଏବଂ ପରେ ତାକୁ ନିଜ ବାଇକରେ ବସାଇ ନେଇଥିଲେ ।

ଏହା ପରେ ଦୂବୁତ୍ତମାନେ ବାଇକ ଷ୍ଟାର୍ଟ କରି ଘଟଣା ସ୍ଥଳରୁ ଫେରାର ହେବାରେ ଲାଗିଲେ । ଆଉ ଏଥି ମଧ୍ୟରେ ବାଇକରେ ବସିଥିବା ସେହି ନିରୀହ ଝିଅଟି ପାଟି କରିବା ଆରମ୍ଭ କରିଥିଲା । ଯେତେବେଳେ ଝିଅଟି କାନ୍ଦିବାକୁ ଲାଗିଥିଲା ସେତେବେଳେ ଦୂବୁତ୍ତମାନେ ଲୁହାର ଏକ ଅସ୍ତ୍ରରେ ଝିଅଟିକୁ ପ୍ରହାର କରିଥିଲେ । କିନ୍ତୁ ଯେସାକୁ ତେସା ଭଳି ଅପରାଧିମାନଙ୍କର ବାଇକ ଖରାପ ହୋଇଯାଇଥିଲା । ଏହା ପରେ ଝିଅଟି ବାଇକରୁ ଓହ୍ଲାଇ ଦୌଡିବାକୁ ଆରମ୍ଭ କରିଥିଲା ଏବଂ କାନ୍ଦି କାନ୍ଦି ଘରେ ପହଞ୍ଚି ଯାଇଥିଲା ।

ଝିଅଟିର ମା ରେଖା ଜାମିନୀ କହିଛନ୍ତି ଯେ, ଝିଅଟି ଘର ବାହାରେ ଖେଳୁଥିଲା । ସେହି ସମୟରେ ସେ ଝିଅଟିକୁ କ୍ଷୀର ଆଣିବା ପାଇଁ ପଠାଇଥିଲେ । ଏହାରି ମଧ୍ୟରେ ଦୁଇ ଦୂବୁତ୍ତ ଝିଅଟିକୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ । ସୂଚନା ପାଇବା ପରେ ବଜାଜ ନଗର ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଏବେ ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ସଂଗ୍ରହ କରି ଯାଞ୍ଚ କରୁଛି । ଯେପରିକି ଅପହରଣକାରୀଙ୍କୁ ଚିହ୍ନଟ କରିହେବ । ତେବେ ବଡ ପ୍ରଶ୍ନ ହେଉଛି କିଏ ସେ ଅପରାଧୀ ? ଆଉ କାହିଁକି ସେ ଝିଅଟିକୁ ଅପହରଣ କରିବାକୁ ଆସିଥିଲେ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଝିଅଟି ଘର ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଡାଏରୀରୁ କ୍ଷୀର ନେଇ ଘରକୁ ଫେରୁଥିଲା । ଏହି ସମୟରେ ଝିଅଟିକୁ ଅପହରଣ କରିବାକୁ ପ୍ରୟାସ କରାଯାଇଥିଲା । ଘଟଣାଟି ଗୋପାଳପୁର ବାଇପାସ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଘଟିଛି । ଯେଉଁଠାରୁ ପୋଲିସ ଷ୍ଟେସନର ଦୂରତା ମାତ୍ର ୧୦୦ ମିଟର ।

ଘଟଣା ପରେ ପାଖାପାକି ସାଢେ ୭ଟାରେ ଝିଅଟିର ପରିବାରବର୍ଗ ଝିଅକୁ ନେଇ ବଜାଜନଗର ଥାନାରେ ପହଞ୍ଚିଥିଲେ । ଏହା ପରେ ମା ଜାମିନୀ ଝିଅର ଅପହରଣ କରିବାକୁ ପ୍ରୟାସ କରାଯାଇଥିବା ମାମଲାରେ ଏତଲା ଦାୟର କରାଯାଇଥିଲା । ମୂର୍ତ୍ତିକଲା କଲୋନୀରେ ଥିବା ଏକ କୋଚିଙ୍ଗ ସେଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାରେ ଅପରାଧୀମାନଙ୍କର ଫଟୋ କଏଦ ହୋଇଛି । ଝିଅଟି କହିଛି ଯେ, ସମ୍ପୃକ୍ତ ଅଭିଯୁକ୍ତ ଦେଖିବାକୁ ଶ୍ୟାମଳ ରଙ୍ଗର ଥିଲା, ଆଖିରେ ଚଷମା ଲଗାଇଥିଲା ଏବଂ ତାଙ୍କ ନିକଟରେ ଗୋଟିଏ ବ୍ୟାଗ ମଧ୍ୟ ଥିଲା ।