image courtesy-Amader Orthoneeti
ଆପଣ ଯେଉଁ ବ୍ରାଣ୍ଡେଡ କପଡା ବଡ ବଡ ମଲ୍ ମାନଙ୍କରୁ କିଣୁଛନ୍ତି ଏହା ପଛରେ ଥିବା ପରିଶ୍ରମ ଏବଂ ଅଣଶୁଣା ସତକୁ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ଟିକେ ନଜର ପକାନ୍ତୁ । ଆମେ ଆଜି ଆପଣଙ୍କୁ ଏହି ବ୍ରାଣ୍ଡେଡ କମ୍ପାନୀମାନଙ୍କର କଳାସତ ବିଷୟରେ ଜ୍ଞାତ କରିବାକୁ ଯାଉଛୁ ।
ଏକ ରିସର୍ଚ୍ଚ ମୁତାବକ,ଦକ୍ଷିଣ ଭାରତର ସବୁ ସୁତା କାରଖାନା ମାନଙ୍କରେ ଶିଶୁ ଶ୍ରମିକମାନଙ୍କ ଦ୍ୱାରା କାମ କରାଯାଇଥାଏ । ୧୪ ବର୍ଷରୁ କମ୍ ଶିଶୁ ଶ୍ରମିକମାନଙ୍କୁ ଏହି କାରଖାନାରେ କାମ କରାଯିବା ଦେଖାଯାଏ । ଇଣ୍ଡିଆ କମିଟି ଅଫ୍ ଦ ନେଦରଲ୍ୟାଣ୍ଡସ୍ ନାମକ ଏକ ମାନବଧିକାର ସଂସ୍ଥାର ଏକ ସର୍ଭେରୁ ଜଣାପଡିଥିଲା ଯେ ଏଭଳି ୯୦ ପ୍ରତିଶତ କମ୍ପାନୀରେ ବାଳ ଶ୍ରମିକଙ୍କୁ କାମରେ ଲଗାଇ ଦିଆଯାଉଛି । ଏବେ ପ୍ରଶ୍ନ ଏହି ବ୍ରାଣ୍ଡେଡ କମ୍ପାନୀଗୁଡିକ ଉପରେ ଆସୁଛି ଯାହା ମାନବଧିକାର ସଂସ୍ଥାର ଖାତିର ନକରି ଏହି ସୁତା କାରଖାନାରୁ ସୁତା କିଣୁଛନ୍ତି । ରିସର୍ଚ୍ଚରୁ ଜାଣାପଡିଲା ଏହିଭଳି ୭୫୦ କମ୍ପାନୀମାନଙ୍କ ରେ କାମ କରୁଥିବା ଝିଅମାନଙ୍କର ବୟସସୀମା ୧୪ ବର୍ଷରୁ କମ୍ । ଏହି ପିଲାମାନଙ୍କଠାରୁ ଗଧଙ୍କ ଭଳି କାମ ହାସଲ କରାଯାଏ ଏବଂ ତାଙ୍କ ପାରିଶ୍ରମିକକୁ ମଧ୍ୟ ଅଟକ ରଖାଯାଏ । କେବଳ ଏତିକି ନୁହଁ କମ୍ପାନୀ ହଷ୍ଟେଲରେ ଏମାନଙ୍କୁ ବନ୍ଦ କରାଯିବା ସହ ଯୌନ ଉତ୍ପୀଡନ ମଧ୍ୟ ଦିଆଯାଇଥାଏ ।
ତାମିଲନାଡୁରେ ଦେଢହଜାର କମ୍ପାନୀରେ ପ୍ରାୟ ୨ ରୁ ୪ ଲକ୍ଷ ପିଲା କାମ କରୁଛନ୍ତି । କପଡାରେ ରଙ୍ଗ ଦେବା,ସୁତା କାଟିବା,ବୁଣିବା ଏବଂ ଡ୍ରେସ୍ ତିଆରିରେ ମଧ୍ୟ ଏହି ପିଲାଙ୍କୁ ନିୟୋଜିତ କରାଯାଏ । ତାମିଲନାଡୁର ବିଭିନ୍ନ ଗାଁରୁ ଏହି ପିଲାମାନଙ୍କୁ କାମ କରିବା ପାଇଁ କାରଖାନାକୁ ଅଣାଯାଇଥାଏ । ଏହିଠାରେ କପଡା ପ୍ରସ୍ତୁତ ହୋଇଯିବା ପରେ ଦଶଗୁଣା ଅଧିକ ଦାମରେ ବ୍ରାଣ୍ଡେଡ ମଲ୍ ମାନଙ୍କରେ ବିକ୍ରି ହେବା ପାଇଁ ଯାଏ ଏବଂ ଏହାର ଫାଇଦା କମ୍ପାନୀ ମାଲିକ ଉଠାଇଥାନ୍ତି ।
Follow Us