କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍-୨୦୨୧ ପାଇଁ ଆବେଦନ କରିବାକୁ କର୍ପୋରେଟ୍ ଜଗତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଉ ଅଳ୍ପ ଦିନ ଭିତରେ ଆବେଦନ ପ୍ରକ୍ରିୟା ଶେଷ ହେବ । ତେଣୁ ଏହି ସମ୍ମାନଜନକ ପୁରସ୍କାରର ଅଂଶ ହେବାକୁ ଆଗ୍ରହୀ ଥିବା ସଂସ୍ଥାଗୁଡ଼ିକୁ ସୁଯୋଗ ହାତ ଛଡ଼ା ନକରିବା ଲାଗି ଶୀଘ୍ର ଆବେଦନ କରିବାକୁ ପଡ଼ିବ। ଆବେଦନର ଶେଷ ତାରିଖ ହେଉଛି ୨୦୨୧ ଜାନୁଆରି ୬ । ଆବେଦନକାରୀମାନେ ସହଜରେ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ ।
www.sambadawards.com ଓ www.sambadawards.in ମାଧ୍ୟମରେ ଆବେଦନ କରିବାକୁ ହେବ । ଓଡ଼ିଶାରୁ ବ୍ୟବସାୟ ଆରମ୍ଭ କରି ଦେଶବିଦେଶରେ ପରିଚିତ ହୋଇଥିବା ସଂସ୍ଥାଗୁଡ଼ିକ ଏଥିପାଇଁ ଆବେଦନ କରିପାରିବେ । କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (CSR), ବୃହତ ଉଦ୍ୟୋଗ (LARGE), ମଧ୍ୟମ ଉଦ୍ୟୋଗ (MEDIUM), କ୍ଷୁଦ୍ର ଉଦ୍ୟୋଗ (SMALL) ଓ ଇମର୍ଜିଂ/ଷ୍ଟାର୍ଟଅପ୍ (EMERGING / START-UP) ଭଳି ପାଞ୍ଚଟି ବର୍ଗର ପୁରସ୍କାର ପାଇଁ ଆବେଦନ ଆହ୍ବାନ କରାଯାଇଛି । କଂପାନିଗୁଡ଼ିକ ନିଜ ଆଡ଼ୁ ବର୍ଗ ଚୟନ କରି ଆବେଦନ କରିବେ । ଏହି ପୁରସ୍କାର ଆବେଦନ କରିବା ଲାଗି କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏହି ପୁରସ୍କାର ବିଷୟରେ ଅଧିକ ଜାଣିବା ଲାଗି ସଞ୍ଜୟ ଗୌରଙ୍କୁ ମୋବାଇଲ୍ ନମ୍ବର ୯୬୫୪୧୩୩୩୦୦ ଓ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ୯୯୩୮୪୪୩୨୨୪ରେ ଯୋଗାଯୋଗ କରାଯାଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/Last-Date-of-Submission-to-BOPI_Thumbnail-1-750x430.jpg)