କନକ ବ୍ୟୁରୋ : କାନାଡା ବ୍ୟାଙ୍କର ବଡମ୍ବା ଶାଖା ପରିଚାଳକ ତପନ କୁମାର ସାହୁ ନିଖୋଜ ହୋଇଯାଇଛନ୍ତି । କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ନାଟେରୀ ଛକ ନିକଟରୁ ସେ ଗତକାଲି ନିଖୋଜ ହୋଇଯାଇଥିବା ସୂଚନା ରହିଛି । ଗତକାଲି ସେ ବାଇକ ଯୋଗେ ଶ୍ୱଶୁର ଘର ବ୍ରହ୍ମପୁରରୁ ଫେରୁଥିଲେ । ବାଟରେ ଥିବା କଳାପଥର କାର୍ଯ୍ୟାଳୟରେ ଅଫିସ କାମ ପାଇଁ ଅଟକିଥିଲେ ।
ଏହା ପରେ ବଡମ୍ବା କାର୍ଯ୍ୟାଳୟ ମୁହଁ ହୋଇଥିଲେ କିନ୍ତୁ ଅଧା ରାସ୍ତାରୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଏବେ ତାଙ୍କ ଫୋନ ସୁଇଚ ଅଫ ରହିଛି । ଏନେଇ କଳାପଥର ଶାଖା ପରିଚାଳକଙ୍କ ପକ୍ଷରୁ ବୈଦେଶ୍ୱର ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି । ଏତଲା ଆଧାରରେ ଏକ ମିସିଙ୍ଗ ରିପୋର୍ଟ ରୁଜୁ କରି ବୈଦେଶ୍ୱର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/vlcsnap-2023-09-26-10h06m00s661.png)