ଝିଅ ଟପିଗଲେ ଅମାନବୀୟତାର ସବୁ ସୀମା...ଛିଣ୍ଡିଲାନି ସମ୍ପତି ଭାଗବଂଟା, ରାସ୍ତାରେ ପଡିରହିଲା ମାଆର ମୃତଦେହ

Advertisment
ଝିଅ ଟପିଗଲେ ଅମାନବୀୟତାର ସବୁ ସୀମା...ଛିଣ୍ଡିଲାନି ସମ୍ପତି ଭାଗବଂଟା, ରାସ୍ତାରେ ପଡିରହିଲା ମାଆର ମୃତଦେହ

କନକ ବ୍ୟୁରୋ: ଭାଗବଂଟା ଛିଣ୍ଡିଲାନି, ରାସ୍ତାରେ ପଡିରହିଲା ମାଆର ମୃତଦେହ । ବ୍ରହ୍ମପୁର ସହରର ଶ୍ରୀରାମ ନଗରରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ରାସ୍ତା ଉପରେ ପଡ଼ିଛି ଜଣେ ମା’ର ମୃତଦେହ । ହେଲେ ଘର ଭାଗବଂଟାକୁ ନେଇ ୪ଝିଅଙ୍କ ମଧ୍ୟରେ ଅସନ୍ତୋଷ ଲାଗିଥିଲା । ଯାହା ଫଳରେ ଶବ ଉଠି ପାରିନଥିଲା ।

publive-image

ତେବେ ଖବର ପାଇଁ ଘଟଣାସ୍ଥଳରେ ତହସିଲଦାର ପହଁଚି ବୁଝାସୁଝା କରିବା ପରେ ଶବ ଉଠିଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଉଛନ୍ତି ସୂର୍ଯ୍ୟମଣୀ ସାହୁ । ୨୦୦୧ ମସିହାରେ ତାଙ୍କ ସ୍ୱାମୀ ତାରାଚରଣ ସାହୁଙ୍କ ମୃତ୍ୟୁ ହୋଇଥିଲା । ଏବଂ ମୃତ୍ୟୁ ପୂର୍ବରୁ ତାରାଚରଣ ପିଲାଙ୍କ ପାଇଁ ଏକ ୪ ମହଲା କୋଠା ବି ତିଆରି କରି ଯାଇଛନ୍ତି । ଆଉ ଏବେ ସେହି ଘର ଭାଗଭଂଟା ପାଇଁ ରାସ୍ତା ଉପରେ ପଡ଼ି ରହିଥିଲା ମୃତ ମା’ଙ୍କ ଶବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe