କନକ ବ୍ୟୁରୋ : ପ୍ରବଳ ଜୁଆର ମାଡରେ ଚାଲିକାରେ ସୁରକ୍ଷା ପ୍ରାଚୀର ଧସି ଯାଇଛି । ଶହେ ଫୁଟରୁ ଅଧିକ ଘାଇ ମେଲି ଗାଁ ଭିତରେ ଜୁଆର ପଶିଛି । ଗାଁ ଦାଣ୍ଡରେ ଜୁଆର ଲହଡି ମାରିଛି । ୨୦ରୁ ଅଧିକ ପରିବାରର ଘର ଭାଙ୍ଗିଯାଇଛି । ଏହି ପରିବାର ନିଜ ବନ୍ଧୁଘର ଓ ଗାଁ କୋଠା ଘରେ ଆଶ୍ରୟ ନେଇଛନ୍ତି । ଏବେ ବି ଜୁଆର ଅଧା ଗାଁକୁ ନିଜ କବଳରେ ରଖିଛି । ଜୁଆର ମାଡରେ ପୁଣି ୩ କିଲୋମିଟର ଚିଲିକା ସୁରକ୍ଷା ପ୍ରାଚୀର ଧସିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଫଳରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ମେରାଇନ ଥାନା ଅନ୍ତର୍ଗତ ଅରଖକୁଦା ପଂଚାୟତ ସିପବନ୍ତସାହି ଗାଁକୁ ଲାଗି ଗତକାଲି ରାତିରେ ଚିଲିକା ସୁରକ୍ଷା ପ୍ରାଚୀର ଧରି ଗାଁ ଭିତରକୁ ଜୁଆର ପଶିଥି । ଗାଁ ଦାଣ୍ଡରେ ଜୁଆର ପାଣି ଲହଡି ମାରୁଛି । ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ଲେକେ ଜଳବନ୍ଦୀ ହୋଇ ରହିଛନ୍ତି ।