କନକ ବ୍ୟୁରୋ : କେମିତି ହୋଇଥିଲା ଉଦ୍ୟୋଗପତି ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣା ? ପାଲଘର ପୋଲିସକୁ ମର୍ସିଡିସ୍ କମ୍ପାନୀ ରିପୋର୍ଟ ଦାଖଲ କରିଛି । ଦୁର୍ଘଟଣା ପୂର୍ବରୁ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ କାର ଯାଉଥିଲା । ଦୁର୍ଘଟଣାର ୫ ସେକେଣ୍ଡ ପୂର୍ବରୁ କାରର ବ୍ରେକ୍ ମରାଯାଇଥିଲା । ବ୍ରେକ୍ ମାରିବା ପରେ କାରର ବେଗ ଘଣ୍ଟା ପ୍ରତି ୮୯ କିଲୋମିଟର ଥିଲା ।

Advertisment

ଦୁର୍ଘଟଣା ପରେ ମର୍ସିଡିଜ୍ ଏକ୍ସପର୍ଟ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲା । କେଉଁ ପରିସ୍ଥିତିରେ ଘଟିଥିଲା ଟିମ୍ ଦୁର୍ଘଟଣା ତଥ୍ୟ ସଂଗ୍ରହ କରିଥିଲା । ମର୍ସିଡିଜ୍ ବେଞ୍ଜ କାରରେ ସାଇରସ ମିସ୍ତ୍ରୀ ଯାଉଥିଲେ । ଦାମୀ କାରରେ ମୋଟ୍ ୭ଟି ଏୟାରବ୍ୟାଗ୍ ରହିଥିଲା । ମୃତ୍ୟୁ ହୋଇଥିବା ଦୁଇ ଜଣ କାରର ପଛ ସିଟ୍ରେ ବସିଥିଲେ । ଆଗରେ ବସିଥିବା ଦୁଇ ଜଣ ସିଟ୍ ବେଲ୍ଟ ପିନ୍ଧିଥିଲେ । ସିଟ୍ ବେଲ୍ଟ ପିନ୍ଧିଥିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା । ଦୁର୍ଘଟଣା ବେଳେ ପଛରେ ବସିଥିବା ଦୁଇ ଜଣଙ୍କ ଏୟାରବ୍ୟାଗ୍ ଖୋଲିନଥିଲା । ସିଟ୍ ବେଲ୍ଟ ପିନ୍ଧିନଥିବାରୁ ଏୟାରବ୍ୟାଗ୍ ଖୋଲିନଥିଲା । ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ସରକାର ଏୟାରବ୍ୟାଗ୍ ବାଧ୍ୟତାମୂଳକ କରିଛନ୍ତି ।