ବ୍ରଜରାଜନଗର ଜନାଦେଶ : ଆରମ୍ଭ ହେଲା ଭୋଟ ଗଣତି; ତ୍ରିମୁଖୀ ପ୍ରତିନ୍ଦନ୍ଦ୍ୱିତା ଭିତରେ କିଏ ମାରିବ ବାଜି ରହିଛି ନଜର

94

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି । ଝାରୁସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପରେ ସମସ୍ତ ଇଭିଏମ ଏଠାରେ ଆଣି ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି ।

କାଉଂଟି ଏଜେଂଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତି ରାଉଣ୍ଡ ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମାଇକ ଯୋଗେ ଏହାକୁ ଘୋଷଣା କରାଯିବ । ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଂଟର ମଧ୍ୟ କରାଯାଇଛି । ଏଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଗଣତି ନେଇ ତଥ୍ୟ ପାଇପାରିବେ । ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥର ବ୍ରଜରାଜନଗର ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବାବେଳେ ବିଜୟ ବ୍ୟବଧାନ କେତେ ରହୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିଜେଡି ଦ୍ୱିତୀୟ ଥର ପାଇଁ ବିଜୟହାସଲ ପାଇଁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ, ବିଜେପି ମଧ୍ୟ ଦେଉଛନ୍ତି କଡା ଟକ୍କର ।