ବ୍ରଜରାନଗରରେ ଦଳର ଅତି ଦୟନୀୟ ପ୍ରଦର୍ଶନ : ପ୍ରଦୀପ ପୁରୋହିତ କହିଲେ, ବିଜେପି ନେତା କରିଛନ୍ତି ଆତ୍ମଘାତୀ କାର୍ଯ୍ୟ

296

କନକ ବ୍ୟୁରୋ : ବ୍ରଜରାନଗରରେ ଦଳର ଅତି ଦୟନୀୟ ପ୍ରଦର୍ଶନକୁ ନେଇ ବିଜେପି ନେତା ସାଂଘାତିକ ଅଭିଯୋଗ ଆଣିଛନ୍ତି । ବରିଷ୍ଠ ନେତା ପ୍ରଦୀପ ପୁରୋହିତ କହିଛନ୍ତି ବିଜେପି ନେତାମାନେ ଆତ୍ମଘାତୀ କରିଛନ୍ତି । ଯେଉଁଥିପାଇଁ ଭୋଟ କମିଛି । ସରକାରୀ କଳର ବ୍ୟବହାର ହୋଇଛି ଓ କଂଗ୍ରେସକୁ ବିଜେଡି ପାଣ୍ଠି ଯୋଗାଇଛି । ସେଥିପାଇଁ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନକୁ ଖସି ଆସିଛି । ପ୍ରଦୀପଙ୍କ ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ହେଲେ ସେ କାହାକୁ ଇଙ୍ଗିତ କରି ଏହା କହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାତ୍ର ୨୨ ହଜାର ଭୋଟ ପାଇବା ସହ ତୃତୀୟ ସ୍ଥାନକୁ ଖସି ଆସିଛି । ଆଉ ଅମାନତ ହରାଇଛି । କେନ୍ଦ୍ରମନ୍ତ୍ରୀ, ସାଂସଦ , ବିଧାୟକଙ୍କ ପ୍ରଚାର ସତ୍ୱେ ବିଜେପି ପ୍ରାର୍ଥୀଙ୍କ ଏଭଳି ପ୍ରଦର୍ଶନ ରାଜ୍ୟ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନ୍ୟପଟେ କଂଗ୍ରେସ ପୁଣି ଥରେ ଏହି ନିର୍ବାଚନମଣ୍ଡଳୀରେ ଦ୍ୱିତୀୟ ସ୍ଥାନକୁ ଉଠିଛି । ଯାହାକି ଦଳ ପାଇଁ ସଞ୍ଜିବନୀ ବୋଲି କୁହାଯାଉଛି ।