କନକ ବ୍ୟୁରୋ : ଆସନ୍ତାକାଲି ବ୍ରଜରାଜନଗରର ଉପନିର୍ବାଚନ । ସକାଳ ୭ଟାରୁ ୨୭୯ଟି ବୁଥରେ ଭୋଟ ଦେବେ ଜନତା । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି । ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ କର୍ମଚାରୀମାନେ ପହଞ୍ଚି ସାରିଲେଣି ।
୫ଟି ପିଙ୍କ ବୁଥ ଓ ୩୦ଟି ମୋଡେଲ କରାଯାଇଥିବା ବେଳେ ପ୍ରାୟ ୧୪୫ଟି ବୁଥରେ ୱେବ କାଷ୍ଟିଙ୍ଗର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉପନିର୍ବାଚନ ପାଇଁ ହଜାରେ ପୋଲିସ କର୍ମଚାରୀ ଓ ୩ କେନ୍ଦ୍ରୀୟ ପୋଲିସ କର୍ମଚାରୀ ନିୟୋଜିତ ହେବେ ବୋଲି ଝାରସୁଗୁଡ଼ା ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/58-4.jpg)