କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ମଙ୍ଗଳବାର ଏହି ଆସନ ପାଇଁ ପଡିବ ଭୋଟ । ମୋଟ ୨୭୯ ଟି ବୁଥରେ ମତଦାନ ହେବ । ସେଥିମଧ୍ୟରୁ ୬୦ ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଏହି ସମୟରେ ଆଇନ ଶୃୃଙ୍ଖଳା ବଜାୟ ରଖିବା ପାଇଁ ହଜାରେ ପୁଲିସ ଅଧିକାରୀ ମୁତୟନ ହୋଇଛନ୍ତି । ଏ ସମ୍ପର୍କରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୁଚନା ଦେଇ କହିଛନ୍ତି, ୩୦ ଟି ମଡେଲ ପୋଲିଂ ବୁଥ କରାଯାଇଛି । ୫ଟି ପିଙ୍କ ବୁଥ ହୋଇଛି, ଯେଉଁଠି କେବଳ ମହିିଳା ପୋଲିଂ କର୍ମଚାରୀ ନିୟୋଜିତ ରହିବେ । ଆଜି ଶେଷଦିନ ଥିବାରୁ ରାଜ୍ୟର ତିନି ପ୍ରମୁଖ ଦଳ ପକ୍ଷରୁ ହେଭିୱେଟ ନେତା ପ୍ରାର୍ଥୀଙ୍କ ସହ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଛନ୍ତି । ବିଜୁ ଜନତା ଦଳ ପ୍ରାର୍ଥୀ ଅଳକା ମହାନ୍ତି, ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରାଧାରାଣୀ ପଣ୍ଡା, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସମେତ ମୋଟ ୧୧ ଜଣ ପ୍ରାର୍ଥୀ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।