ସପ୍ତାହେ ଭିତରେ ଚୋର ଧରାପଡିଲା । ଚୋରି ହୋଇଥିବା ୫ ଲକ୍ଷ ଟଙ୍କାର ସୁନା ଓ ରୂପା ଜବତ କଲା ବ୍ରଜରାଜନଗର ପୋଲିସ । 

Advertisment
ସପ୍ତାହେ ଭିତରେ ଚୋର ଧରାପଡିଲା । ଚୋରି ହୋଇଥିବା ୫ ଲକ୍ଷ ଟଙ୍କାର ସୁନା ଓ ରୂପା ଜବତ କଲା ବ୍ରଜରାଜନଗର ପୋଲିସ । 

କନକ ବ୍ୟୁରୋ : ବ୍ରଜରାଜନଗର ଥାନା ଅନ୍ତର୍ଗତ ବାଲିପୁଟ ଗ୍ରାମରେ ସନ୍ତୋଷ  ନାଏକଙ୍କ ଘରୁ ଗତ ୧୨ତାରିଖ ରାତିରେ ଚୋରି ହୋଇଥିବା ୫ଲକ୍ଷ ଟଙ୍କା ସହିତ ସୁନା ଓ ରୂପା  ଗହଣାକୁ ଜବତ କରିବାରେ ପୁଲିସ ସଫଳ ହୋଇଛି।  ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲିର ରାଜେନ୍ଦ୍ର ମୁଣ୍ଡାକୁ ପୁଲିସ ଗିରଫ କରିଛି ବୋଲି ଏସପି ବିକାଶ ଦାଶ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଚୋରି ଜିନିଷ କିଣିଥିବା ଅଭିଯୋଗରେ  ଚନ୍ଦନ ମହାପାତ୍ରକୁ ମଧ୍ୟ ଗିରଫ କରାଯାଇଥିବା  ଏସପି  ସୂଚନା ଦେଇଛନ୍ତି। ସେମାନଙ୍କ ଠାରୁ ସମସ୍ତ ଚୋରି ଜିନିଷ ଜବତ କରାଯାଇଛି। ଅଭିଯୁକ୍ତ  ରାଜେନ୍ଦ୍ର ମୁଣ୍ଡା  ଅଇଁଠା ପାଲି ଥାନା ଅଞ୍ଚଳରେ ୧୬ଗୋଟି ଚୋରି ମାମଲାରେ ଜଡିତ ଥିବା ସହିତ ସମ୍ବଲପୁର ଜିଲ୍ଳାର ଥାନାରେ ମଧ୍ୟ ଏଭଳି ମାମଲାରେ ସମ୍ପୃକ୍ତ ଥିବା  ଏସପି ବିକାଶ ଦାଶ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦିଲ୍ଲୀପ ଦାସ, ବ୍ରଜରାଜନଗର ଆଇଆଇସି ବୈକୁଣ୍ଠ ସେଠ,ରାମପୁର ଫାଣ୍ଡି ଅଧିକାରୀ  ପ୍ରକାଶ ଦଳେଇ ଆଦି ଉପସ୍ଥିତ ଥିଲେ। ଅଭିଯୁକ୍ତ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗତ ୧୨ ତାରିଖ ରାତିରେ ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି ଅଞ୍ଚଳରେ ଥିବା ବାଲିପୁଟ ଗ୍ରାମରେ ସନ୍ତୋଷ ନାଏକଙ୍କ  ପରିବାର  ଶୋଇଥିବା ଅବସ୍ଥାରେ ଅଭିଯୁକ୍ତ ରାଜେନ୍ଦ୍ର ମୁଣ୍ଡା ଘର ଛାତ ଦେଇ ଘର ଭିତରକୁ ପଶିଥିଲା। ଘର ଭିତରେ ସବୁ କୋଠରୀ ଖୋଲା ଥିଲା।ସନ୍ତୋଷ  ଝିଅ ବିବାହ ପାଇଁ ସୁନା ରୂପା ଅଳଙ୍କାର କିଣି ଅଲମିରାରେ ରଖିଥିଲେ। ରାଜେନ୍ଦ୍ର ଅଲମିରା ଚାବି ଖୋଲି  ୫ଲକ୍ଷ ଟଙ୍କାରୁ ଅଧିକ ଜିନିଷ ଚୋରି କରି ନେଇ ଚାଲିଯାଇଥିଲା।  ପରଦିନ ସନ୍ତୋଷଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ବ୍ରଜରାଜନଗର ଥାନାରେ ରୁଜୁକରି ଅନୁସନ୍ଧନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe