ବ୍ରଜରାଜନଗର ବାଜି, ଆସିଲା ୧୭ ରାଉଣ୍ଡର ଟ୍ରେଣ୍ଡ । ଜାଣନ୍ତୁ କିଏ ଆଗରେ କିଏ ପଛରେ …

150

କନକ ବ୍ୟୁରୋ : ବ୍ରଜରାଜନଗର ବାଜି । ଭୋଟ୍ ଗଣତି ଜାରି ରହିଛି । ୧୭ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେଡି ପ୍ରାର୍ଥୀ ରହିଛନ୍ତି । ୫୬ହଜାର ୩୦୬ ଭୋଟରେ ଅଳକା ମହାନ୍ତି ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ୧୭ରାଉଣ୍ଡ ସୁଦ୍ଧା ୭୯,୩୪୯ ଭୋଟ୍ ମିଳିଛି ।

ତେବେ ଟ୍ରେଣ୍ଡରେ ବିଜେପିକୁ କଂଗ୍ରେସ ପ୍ରାର୍ଥୀ ପଛରେ ପକାଇ ଦେଇଛନ୍ତି । ରାଧାରାଣୀଙ୍କୁ ପଛରେ ପକାଇ ଦ୍ୱିତୀୟରେ କିଶୋର ପଟେଲ ରହିଛନ୍ତି । କିଶୋର ପଟେଲଙ୍କୁ ୧୭ ରାଉଣ୍ଡ ସୁଦ୍ଧା ୨୩,୦୩୪ ଭୋଟ୍ ମିଳିଥିବା ବେଳେ ତୃତୀୟ ସ୍ଥାନରେ ଥିବା ରାଧାରାଣୀ ପଣ୍ଡାଙ୍କୁ ୧୮,୫୩୦ ଭୋଟ୍ ମିଳିଛି ।