ବ୍ରଜରାଜନଗର ଉପନିର୍ବାଚନ ଭୋଟ୍ ଗଣତି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗୁଆ

155

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଟ୍ରେଣ୍ଡ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଲଗାତାର ୪ର୍ଥ ରାଣ୍ଡରେ ମଧ୍ୟ ବିଜେପି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ରହିଛନ୍ତି । ଚତୁର୍ଥ ରାଉଣ୍ଡ ଟ୍ରେଣ୍ଡ ଅନୁସାରେ, ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୪୭୮୭, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୮୮୩ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୩୭୧ ଖଣ୍ଡ ଭୋଟ ମିଳିଛି । ପାଖାପାଖି ୧୫ହଜାର ୬୦୮ ଭୋଟରେ ସେ ଆଗରେ ରହିଛନ୍ତି । ଅଳକାଙ୍କୁ ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୦,୮୨୯ ଭୋଟ୍ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୫ହଜାର ୨୧୨ ଭୋଟ୍ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୩ହଜାର ୫୬୦ ଭୋଟ୍ ମିଳିଛି ।

ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି । କାଉଣ୍ଟିଂ ଏଜେଣ୍ଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତି ରାଉଣ୍ଡ ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମାଇକ ଯୋଗେ ଏହାକୁ ଘୋଷଣା କରାଯାଉଛି । ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଣ୍ଟର ମଧ୍ୟ କରାଯାଇଛି । ଏଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଗଣତି ନେଇ ତଥ୍ୟ ପାଇପାରୁଛନ୍ତି । ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।