ବ୍ରଜରାଜନଗର ଉପନିର୍ବାଚନ: ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ, ବିରୋଧୀ ପଛରେ

129

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଟ୍ରେଣ୍ଡ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଲଗାତାର ପଞ୍ଚମ ରାଣ୍ଡରେ ମଧ୍ୟ ବିଜେପି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ରହିଛନ୍ତି । ପଞ୍ଚମ ରାଉଣ୍ଡ ଟ୍ରେଣ୍ଡ ଅନୁସାରେ, ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୩୯୧୩, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୭୫୦ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୪୨୨ ଖଣ୍ଡ ଭୋଟ ମିଳିଛି ।

ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ମୋଟ ୧୮ହଜାର ୯୯ ଭୋଟରେ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି । ଅଳକାଙ୍କୁ ପଞ୍ଚମ ରାଉଣ୍ଡ ସୁଦ୍ଧା ୨୪, ୭୩୩ ଭୋଟ୍ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୬ ହଜାର ୬୩୪ ଭୋଟ୍ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୪ ହଜାର ୩୧୦ ଭୋଟ୍ ମିଳିଛି ।

ଭୋଟ୍ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି । କାଉଣ୍ଟିଂ ଏଜେଣ୍ଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତି ରାଉଣ୍ଡ ପରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମାଇକ ଯୋଗେ ଏହାକୁ ଘୋଷଣା କରାଯାଉଛି । ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଣ୍ଟର ମଧ୍ୟ କରାଯାଇଛି । ଏଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଗଣତି ନେଇ ତଥ୍ୟ ପାଇପାରୁଛନ୍ତି । ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।