କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ନେଇ ବିଜେଡିର ରଣନୀତି । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରେ କାହାକୁ ଭରସିବେ ନବୀନ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଏହାରି ଭିତରେ ବସିଛି ବିଜେଡିର ସାଙ୍ଗଠନିକ ବୈଠକ । ଆଉ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ସଙ୍କଳ୍ପ ପତ୍ର ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଯାହାକୁ କରିବେ ତାଙ୍କୁ ସମସ୍ତ କର୍ମୀ ସମର୍ଥନ କରିବେ ବୋଲି ସଙ୍କଳ୍ପ ନେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସଙ୍କଳ୍ପ ପତ୍ର ପଠାଇବେ ବୋଲି କହିଲେ ପର୍ଯ୍ୟବେକ୍ଷକ ।
ପ୍ରାର୍ଥୀ ଚୟନ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କହିଲେ, ଦଳର ସୁପ୍ରିମୋ ଯାହାକୁ ପ୍ରାର୍ଥୀ କରିବେ ଦଳୀୟ କର୍ମୀ ତାଙ୍କୁ ସମର୍ଥନ କରିବେ ।
Follow Us