ବ୍ରଜରାଜନଗର ଉପନିର୍ବାଚନ : ବିଜେପିର ୩ କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ହେବେ ସାମିଲ

302

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରିଛି ପ୍ରାର୍ଥୀପତ୍ର ଦାଖଲ । ଏବେ କେମିତି ପ୍ରଚାର ହେବ କ’ଣ ରହିଛି ମୁଦ୍ଦା ତାକୁ ନେଇ ବିଜେପି ରୋଡମ୍ୟାପ ପ୍ରସ୍ତୁତ କରୁଛି । ୩୧ ତାରିଖରେ ଏହି ଆସନ ପାଇଁ ଭୋଟ ପଡ଼ିବ । ପୂର୍ବରୁ ଏହି ଆସନରେ ରାଧାରାଣୀ ବିଧାୟକ ଥିଲେ ତେଣୁ ଏଠାରେ ବିଜେପି ବିଜୟର ସମ୍ଭାବନା ଦେଖୁଛି । ମିଳିଥିବା ସୂଚନା ଅନୁଯାୟୀ ରାଧାରାଣୀଙ୍କ ସମର୍ଥନରେ ପ୍ରଚାର ପାଇଁ ମୈଦାନକୁ ଓହ୍ଳାଇବେ ୩ କେନ୍ଦ୍ରମନ୍ତ୍ରୀ ।

ସେହିପରି ଛତିଶଗଡ଼ ବିଜେପିର କିଛି ନେତା ଏହି ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି । ହେଲେ କିଏ କେଉଁ ତାରିଖରେ ପ୍ରଚାର କରିବେ ତାହା ଜଣାପଡ଼ିନାହିଁ । ସେପଟେ ୨୦୨୪ରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ୨ ଦିନ ଧରି ବସିବ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । କୋର କମିଟି ବୈଠକ ଠାରୁ ଆରମ୍ଭ କରି ଜିଲ୍ଲା ସଭାପତି ଓ ପ୍ରଭାରୀ, ପଦାଧିକାରୀମାନଙ୍କର ଏହି ବୈଠକ ୨ ଦିନ ଧରି ଚାଲିବ । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।