ପ୍ରଚାର ମୈଦାନରେ ଦୀପାଳି । ବ୍ରଜରାଜନଗରରେ ବଡ଼ ନେତାଙ୍କ ବଡ଼ ପ୍ରଚାର ।

123

କନକ ବ୍ୟୁରୋ: ପ୍ରଚାର ମୈଦାନରେ ଦୀପାଳି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ବ୍ରଜରାଜନଗରରେ ବିଜେଡି ପାଇଁ କରିଛନ୍ତି ନିର୍ବାଚନ ପ୍ରଚାର । ଜିଲ୍ଲା ପ୍ରଭାରୀ ସୁବାସ ସିଂଙ୍କ ସହ କର୍ମୀ ସମ୍ମିଳନୀ କରି ବିଜେଡି ପାଇଁ ମାଗିଛନ୍ତି ଭୋଟ । ଉପ-ନିର୍ବାଚନ ପାଇଁ ବିଜୁ ମହିଳା ଜନତା ଦଳର ସଂଯୋଜିକା ଦାୟିତ୍ୱ ନେବା ପରେ ଦଳୀୟ ପ୍ରାର୍ଥୀ ଅଳକା ଦାସଙ୍କ ସପକ୍ଷରେ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।

ତେବେ ସେ ସମାଜସେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ଓ ତାଙ୍କର ନେତ୍ରୀ ହେବାର ଇଚ୍ଛା ନଥିବା କହିଛନ୍ତି ଦୀପାଳି । ସେପଟେ ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତି ମଧ୍ୟ ଘରକୁ ଘର ବୁଲି କରିଛନ୍ତି ପ୍ରଚାର । ବ୍ରଜରାଜନଗରର ବିକାଶକୁ ମୁଦ୍ଦା କରି ଭୋଟ ଭିକ୍ଷା କରିଛନ୍ତି । ଏପଟେ ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସାଂସଦ ସୁରେଶ ପୂଜାରୀଙ୍କ ସହ ପଥପ୍ରାନ୍ତ ସଭା କରି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ମାଗିଛନ୍ତି ଭୋଟ । ମୋଦି ସରକାରର ବିଭିନ୍ନ ଯୋଜନା ସହ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିୂ ଭୋଟରଙ୍କ ପାଖରେ ପହଂଚିଛନ୍ତି । ପ୍ରଚାର ପାଇଁ କଂଗ୍ରେସର ହେଭିୱେଟ ନେତା ମଧ୍ୟ ବ୍ରଜରାଜନଗରରେ ପହଂଚିବା ଆରମ୍ଭ କରିଛନ୍ତି । ପୂର୍ବତନ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଦଳର ବିଜୟ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ।