କନକ ବ୍ୟୁରୋ : ଭଙ୍ଗା ଚାଳିଆ ତଳେ ଦୁର୍ବିସହ ଜୀବନ । ଅସହାୟ ଅବସ୍ଥାରେ ରହୁଛନ୍ତି ପରିବାର । ଏ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ନିଳିଦ୍ରୀପୁରର ନରେଶ ପଣ୍ଡା । ପରିବାର କହିଲେ ନରେଶ ତାଙ୍କର ସ୍ତ୍ରୀ ଓ ପିଲା । ଅଭାବ ଭିତରେ ଏବେ ରୋଗ କରିଦେଇଛି ଅସହାୟ । ଜମିବାଡି ନଥିବାରୁ ମୁଲମଜୁରି ଲାଗି ନରେଶ ବହୁତ କଷ୍ଟରେ ଅଭାବି ସଂଶାର ଚଳାଉଥିଲେ । ହେଲେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ନରେଶ ଶଯ୍ୟାଶାୟୀ ହୋଇପଡିଛନ୍ତି । ଘରର ରୋଜଗାରିଆ ମଣିଷ ଶେଜରେ ପଡିରହିଛି । ପେଟକୁ ମୁଠାଏ ଖାଦ୍ୟ ଯୋଗାଡିବା କଷ୍ଟକର ହୋଇପଡୁଛି । ମୁଣ୍ଡ ଗୁଁଜିଥିବା ଚାଳଛପର ଘର ବି ଭାଙ୍ଗିରୁଜି ଗଲାଣି । ବର୍ଷା ଦିନରେ ଅବସ୍ଥା ଅତି ଦୟନୀୟ ହୋଇପଡିଥିବା ବେଳେ ଚିକିତ୍ସା ଯେମିତି ସ୍ବପ୍ନ ପାଲଟିଛି ପରିବାର ପାଇଁ ।
ନରେଶ ବ୍ରେନ୍ ଷ୍ଟ୍ରୋକର ଶିକାର ହେବା ପରେ ଘରେ ଯାହାକିଛି ଥିଲା ଚିକିତ୍ସାରେ ସରିଯାଇଛି । ସରକାରି ସହାୟତା କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ୧୦ କେଜି ରାସନ ଚାଉଳ ମିଳୁଛି ଆଉ ଏଇ ଚାଉଳ ସରିଯିବା ପରେ ମାସର ବାକିଥିବା ଦିନତକ ମାଗିଜାଚି ପରିବାର ଚଳୁଛି । ଏନେଇ କିଛି ସାହାଯ୍ୟ ସହଯୋଗ କରିବା ଆଶାରେ ରହିଛନ୍ତି ନରେଶଙ୍କ ପରିବାର ।
ଅସହାୟ ନରେଶଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଏହି ଠିକଣାରେ ଯୋଗାଯୋଗ କରିପାରିବେ
NARESH PANDA
PUNJAB NATIONAL BANK
AC NO – 0576010106482
IFSC CODE – PUNB0057620
ଅସହାୟ ଅବସ୍ଥାରେ ରହୁଥିବା ଏହି ପରିବାରକୁ କିଛି ସାହାଯ୍ୟ ସହ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଯାଇପାରିଲେ ପରିବାର ଉପକୃତ ହୋଇପାରିବେ ।