ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଏସଆଇଟିର ଯୋଜନା । ଘଟଣା ସଂପର୍କିତ ସ୍ଥିତି ଦେଖାଇ ମସ୍ତିଷ୍କର ହଲଚଲ ମାପିବ ମେସିନ୍ ।  

Advertisment
ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଏସଆଇଟିର ଯୋଜନା । ଘଟଣା ସଂପର୍କିତ ସ୍ଥିତି ଦେଖାଇ ମସ୍ତିଷ୍କର ହଲଚଲ ମାପିବ ମେସିନ୍ ।  

କନକ ବ୍ୟୁରୋ : ପରୀ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଅଭିଯୁକ୍ତ ସରୋଜ ସେଠୀ ବିରୋଧରେ ଏପର୍ଯ୍ୟନ୍ତ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବାରୁ ପାରିପାଶ୍ୱିର୍କ ସ୍ଥିତି ଓ ବୈଜ୍ଞାନିକ ପଦ୍ଧତି ଆଧାରରେ ପ୍ରମାଣ ଯୋଗାଡ ହେଉଛି ଏକମାତ୍ର ବିକଳ୍ପ । ତେଣୁ ଖୁବଶୀଘ୍ର ବ୍ରେନ ମ୍ୟାପିଂ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ କରିବ ଏସଆଇଟି ।

ଜବତ ହୋଇଥିବା ଫ୍ରକରେ ସିମେନ୍ ଦାଗ କାହାର, ଘଟଣାର ୫ ମାସ ପରେ ଜାଣିବା ସମ୍ଭବ ହେଉନଥିବାରୁ ଅନ୍ୟ ଦିଗ ପ୍ରତି ଗୁରୁତ୍ୱ ଦେଉଛି ଏସଆଇଟି । ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ ଟେଷ୍ଟ କରି ସତ ଜାଣିବାକୁ ଚେଷ୍ଟା କରିବ ତଦନ୍ତକାରୀ ଟିମ୍ । ତେବେ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହେବା ଆବଶ୍ୟକ, ଅଭିଯୁକ୍ତ ରାଜି ହେଲେ କୋର୍ଟ ଏଥିପାଇଁ ଅନୁମତି ଦେବ । ନଜର ପକାନ୍ତୁ କିପରି ହୁଏ ବ୍ରେନ୍ ମ୍ୟାପିଂ ଟେଷ୍ଟ? କି ପ୍ରକାର ପ୍ରମାଣ ହାସଲ ହୁଏ ଏହି ପରୀକ୍ଷାରୁ ।

ଅଭିଯୁକ୍ତ ଠାରୁ ସତ ଜାଣିବାକୁ କରାଯାଏ ବ୍ରେନ ମ୍ୟାପିଂ ଟେଷ୍ଟ

ସେନ୍ସର୍ ଯୁକ୍ତ ଏକ ହେଲମେଟ୍ ଅଭିଯୁକ୍ତକୁ ପିନ୍ଧାଇ ଦିଆଯାଏ

ସେନ୍ସର ସହ କମ୍ପୁଟରକୁ ସଂଯୋଗ କରାଯାଏ 

ଘଟଣା ସଂପର୍କିତ ଦୃଶ୍ୟ ଅଭିଯୁକ୍ତକୁ ଦେଖାଯାଏ ଓ ଧ୍ୱନି ଶୁଣାଯାଏ

ଏହି ଦୃଶ୍ୟ ଏବଂ ଧ୍ୱନି ଅଭିଯୁକ୍ତ ଉପରେ କି ପ୍ରଭାବ ପକାଏ, ତା’ର ଗତିବିଧି ନିରୀକ୍ଷଣ କରେ ସେନ୍ସର୍

ଯଦି ଅଭିଯୁକ୍ତ ଘଟଣା ସଂପର୍କରେ ଜାଣିନଥାଏ, ତେବେ ମସ୍ତିଷ୍କ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖାଏ

ଯଦି ଅଭିଯୁକ୍ତ ଘଟଣା ସହ ସଂପୃକ୍ତ ଥାଏ, ତେବେ ମସ୍ତିଷ୍କର ହଲଚଲ ଅଲଗା ହୁଏ

ମସ୍ତିଷ୍କ ପରିବର୍ତ୍ତନର ଛବି ପ୍ରତିଫଳିତ ହୁଏ କମ୍ପୁଟର ସ୍କ୍ରିନ୍ରେ

ଅଭିଯୁକ୍ତର ଘରୁ ଗାମୁଛା, ବସ୍ତା ଓ ଜିଆଇ ତାର ମଧ୍ୟ ଜବତ କରିଛି ତଦନ୍ତକାରୀ ଦଳ । ପୋଖରୀ ଭିତରକୁ ଫିଙ୍ଗି ଦେଇଥିବା ଲେଗିଙ୍ଗସ୍କୁ ଉଦ୍ଧାର କରାଯାଇଛି । ପରୀର ଫ୍ରକ ମଧ୍ୟ ରହିଛି ପୋଲିସ ପାଖରେ । ଯଦୁପୁର ଗାଁକୁ ଅଭିଯୁକ୍ତକୁ ନେଇ ଅପରାଧର ରି-କ୍ରିଏସନ୍ ମଧ୍ୟ କରାଇଛି ଏସଆଇଟି । ଏସବୁ ଦୃଶ୍ୟକୁ ବ୍ରେନ ମ୍ୟାପିଂ ଟେଷ୍ଟ ବେଳେ ଦେଖାଇପାରେ ଏସଆଇଟି । ଆଉ ଏହାକୁ ଦେଖିବା ପରେ ଅଭିଯୁକ୍ତର ମସ୍ତିଷ୍କରେ କି ପ୍ରତିକ୍ରିୟା ହେଉଛି, ତା’ର ଅନୁଧ୍ୟାନ କରାଯିବ ।

ଅଭିଯୁକ୍ତ ସରୋଜ ସେଠୀର ଲାଇ ଡିଟେକ୍ସନ୍ ଟେଷ୍ଟ କରିଥିଲା ଏସଆଇଟି । ଅଭିଯୁକ୍ତ, ଘଟଣା ସଂପର୍କିତ ପ୍ରଶ୍ନର ମିଛ ଉତର ଦେଇଥିବା ଜଣାପଡିଥିଲା । ଏବେ ବ୍ରେନ ମ୍ୟାପିଂ ଟେଷ୍ଟ କରି ସରୋଜ ସେଠୀ ମୁହଁରୁ ସତ ଉଗାଳିବାକୁ ଚାହୁଁଛି ଏସଆଇଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe