ବ୍ରେନ୍ ହେମରେଜ୍ କ’ଣ ? ଏହାର ଲକ୍ଷଣଗୁଡିକ ହେଲା …

355

କନକ ବ୍ୟୁରୋ : ମସ୍ତିଷ୍କ ଆମ ଶରୀରର ସବୁଠାରୁ ମୁଖ୍ୟ ଅଂଶ, ଏକଥା ସମସ୍ତେ ଜାଣନ୍ତି । ଏଥିରେ ଅଳ୍ପ ଟିକେ ସମସ୍ୟା ହେଲେ ଏହାର ପ୍ରଭାବ ପୁରା ଶରୀର ଉପରେ ପଡେ । ସେଥିପାଇଁ ମସ୍ତିଷ୍କକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ । ମସ୍ତିଷ୍କରେ ଅନେକ ପ୍ରକାରର ସମସ୍ୟା ହୁଏ । ଏହି ସମସ୍ୟାଗୁଡିକ ମଧ୍ୟରେ ବ୍ରେନ୍ ହେମରେଜ୍ ସାମିଲ ଅଛି । ହେମରେଜକୁ ମାନସିକ ସ୍ତରରେ ଆଘାତ ବା ଷ୍ଟ୍ରୋକ୍ କୁହାଯାଏ ।

ଏହା କିପରି ଏକ ସ୍ଥିତି ଯାହା ଆର୍ଟେରୀ (ହୃଦୟରୁ ଆରମ୍ଭ କରି ଅନ୍ୟ ଅଂଶଗୁଡିକର ସ୍ନାୟୁ) ଫାଟିବା କାରଣରୁ ହୋଇଥାଏ । ଏହି ସ୍ଥିତିରେ ଆଖପାଖର ଟିସ୍ୟୁଗୁଡିକରୁ ରକ୍ତ ବାହାରେ ।ର୍କ୍ ବାହାରିବା କାରଣରୁ ମସ୍ତିଷ୍କର କୋଷିକାଗୁଡିକ ନଷ୍ଟ ହୋଇଯାଏ । ଏହା ମସ୍ତିଷ୍କର ଅନେକ ଅଂଶର କ୍ଷତି କରିଦିଏ । ସାଧାରଣ ଶବ୍ଦରେ ଲୋକମାନେ ଏହାକୁ ସ୍ନାୟୁ ଫାଟିବା କହନ୍ତି । ଏହା ହେଉଛି ବ୍ରେନ୍ ହେମରେଜ୍ । ସ୍ନାୟୁ ଫାଟିବା ପରେ ରକ୍ତ ବାହାରିବା ସ୍ଥିତିକପ ହେମରେଜ୍ ଷ୍ଟ୍ରୋକ୍ କୁହାଯାଏ । ଉଚ୍ଚ ରକ୍ତଚାପ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ଟ୍ରମା ପୀଡିତ, ଔଷଧ ଅଧିକ ସେବନ କରିବା ଓ ଦୁର୍ବଳ ସ୍ନାୟୁ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏହା ଅଧିକ ମାତ୍ରାରେ ଘଟିବାର ଆଶଙ୍କା ଥାଏ । ସ୍ନାୟୁ ମସ୍ତିଷ୍କର କେଉଁ ସ୍ଥାନରେ ଫାଟିଛି ଓ ରକ୍ତ ପ୍ରବାହ କେଉଁ ସ୍ଥାନରେ ହେଉଛି ତା ଉପରେ ଏହାର ଲକ୍ଷଣ ନିର୍ଭର କରେ । ବ୍ରେନ୍ ହେମରେଜ୍ ଏକ ଜୀବନହାନୀ କରିବା ପରିସ୍ଥିତି ।

ବ୍ରେନ୍ ହେମରେଜର କେତେକ ଲକ୍ଷଣ ହେଉଛି, ଅସୁସ୍ଥ ଅନୁଭବ କରିବା, ଅଚାନକ ମୁଣ୍ଡ ବିନ୍ଧିବା, ଅଚାନକ ଆଘାତ ଲାଗିବା ପରିସ୍ଥିତି, ବାନ୍ତି ହେବା ପରି ଅନୁଭବ, ଦୃଷ୍ଟି ଶକ୍ତିରେ ସମସ୍ୟା, ମୁଣ୍ଡ ବୁଲେଇବା, ଶରୀରର ଅନ୍ୟ ଅଂଶ ଶିଥିଳ ପଡିଯିବା, ଚେତାଶୂନ୍ୟ ଅବସ୍ଥା , ହାତ ଓ ପାଦ ନିଷ୍କ୍ରିୟ ହେବା ଅନୁଭବ କରିବା ।