ବ୍ରେନ ବ୍ୟାଙ୍କରେ ସାଇତି ରଖାଯାଇଛି ୧ ହଜାରରୁ ଅଧିକ ମଣିଷ ମସ୍ତିଷ୍କ ! ହେଲେ ଏହାପଛର କାରଣ କଣ ଜାଣନ୍ତି

161

ବ୍ରିଟେନରେ ନିର୍ମାଣ କରାଯାଇଛି ଏକ ବ୍ରେନ ବ୍ୟାଙ୍କ । ଏହି ବ୍ୟାଙ୍କରେ ପ୍ରାୟ ଏକ ହଜାରରୁ ଅଧିକ ମସ୍ତିଷ୍କ ସାଇତି ରଖାଯାଇଛି । ଏଠାରେ ସାଇତି ରଖାଯାଇଥିବା ମସ୍ତିଷ୍କ ଗୁଡିକୁ ବିଭିନ୍ନ ପ୍ରକାର ପରୀକ୍ଷା କରିବା ପାଇଁ ବ୍ୟାଙ୍କରେ ଏକତ୍ରୀତ କରାଯାଇଛି ।

ସୂଚନା ଅନୁଯାୟୀ ବ୍ରିଟେନର ବ୍ରିସ୍ଟଲରେ ମଣିଷ ମସ୍ତିଷ୍କକୁ ସାଇତି ରଖିବା ପାଇଁ ଏକ ବ୍ୟାଙ୍କ ନିର୍ମାଣ କରାଯାଇଛି । ଯେଉଁଥରେ ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ମସ୍ତିଷ୍କକୁ ବିଭିନ୍ନ ପ୍ରକାର ପରୀକ୍ଷା କରିବା ପାଇଁ ଏଠାରେ ସାଇତି ରଖାଯାଇଛି । ଏହି ବ୍ୟାଙ୍କରେ ରହିଥିବା ମସ୍ତିଷ୍କ ଗୁଡିକୁ ଅତି ଯତ୍ନର ସହ ସ୍ଲାଇସିଂଙ୍ଗ ବୋର୍ଡ , ପ୍ୟାକେଟ ଏବଂ ଟେଷ୍ଟ ଟ୍ୟୁବରେ ରଖାଯାଇଛି । ସବୁଠୁ ବଡ କଥା ହେଉଛି ଏହି ମସ୍ତିଷ୍କ ଗୁଡିକୁ ମାଇନସ୍ ୧୫୦ ଡିଗ୍ରୀ ତାପମାତ୍ରାରେ ରଖାଯାଇଛି । ଯାହା ଫଳରେ ଏଠାରେ ଥିବା ମସ୍ତିଷ୍କ ଗୁଡିକ ସୁରକ୍ଷିତ ଅବସ୍ଥାରେ ରହିଛି ।

ଏହି ବ୍ରେନ ବ୍ୟାଙ୍କରେ ଥିବା ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏଠାରେ ସଂଗୃହିତ କରାଯାଇଥିବା ମସ୍ତିଷ୍କ ଗୁଡିକ ଉପରେ ଗବେଷଣା କରାଯାଉଛି । ଏହି ଗବେଷଣା ଦ୍ୱାରା ମନୁଷ୍ୟକୁ ହେଉଥିବା ଡିମେଂଶିୟା ଏବଂ ଅନ୍ୟ କେତେକ ବଡ ବଡ ରୋଗର ସହଜ ଉପଚାର କରିବାରେ ସଫଳତା ହାସଲ କରାଯାଇପାରିବ ।

ସାଉଥମିଡ ମେଡିକାଲର ବ୍ୟାଙ୍କ ମ୍ୟାନେଜର ଡ. ଲାରା ପାଲମରଙ୍କ କହିବା ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁର ୭୨ ଘଣ୍ଟା ମଧ୍ୟରେ ଶରୀରରୁ ମସ୍ତିଷ୍କ ବାହାର କରିଥାନ୍ତି ଓ ଏହାକୁ ଥଣ୍ଡା ବାକ୍ସରେ ଷ୍ଟୋର କରି ରଖିଥାନ୍ତି । ପରେ ମସ୍ତିଷ୍କକୁ ଦୁଇଭାଗରେ ବିଭାଜିତ କରାଯାଇଥାଏ । ବିଭାଜିତ ହୋଇଥିବା ଗୋଟିଏ ଭାଗକୁ ୩ ସପ୍ତାହ ପର୍ଯ୍ୟନ୍ତ ଫାର୍ମଲିନରେ ରଖାଯାଇଥିବା ବେଳେ ଦ୍ୱିତୀୟ ଭାଗକୁ ଗବେଷଣାରେ ବ୍ୟବହାର କରାଯାଇଥାଏ । ଫାର୍ମଲିନରେ ଷ୍ଟୋର ହୋଇ ରହିଥାବା ମସ୍ତିଷ୍କ ମଧ୍ୟରୁ ଯଦି ଡିମେଂସିୟା ପ୍ରଭାବିତ କିଛି ତଥ୍ୟ ମିଳେ ତେବେ ବିଶେଷଜ୍ଞ ମାନେ ମାଇକ୍ରୋ ସ୍କୋପ ଦ୍ୱାରା ଅଧିକ ଗବେଷଣା କରିଥାନ୍ତି ।