ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍

Advertisment
ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍

କନକ ବ୍ୟୁରୋ : ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବହ୍ମପୁର ଆସିକା ରୋଡ ଘର, କଲେଜ,ଲୋଚାପଡ଼ା ଘର, ଦୁଇଟି ଗୋଦାମରେ ଚଢ଼ାଉ ଚାଲିଛି ।

ବ୍ରହ୍ମପୁର ଡିଭିଜନ୍‌ର ଭିଜିଲାନ୍‌ସ୍‌ ଅଧିକାରୀମାନେ ବ୍ରହ୍ମପୁର ଆସ୍କା ରୋଡ୍‌ରେ ଥିବା ଶ୍ରୀ ନାୟକଙ୍କ ତିନି ମହଲା କୋଠା ତଥା ସ୍ପେଆର୍‌ ପାର୍ଟ ଦୋକାନ, ବ୍ୟାଙ୍କ୍‌ କଲୋନିରେ ଥିବା ତିନିମହଲାବିଶିଷ୍ଟ ନୂଆ ଆବାସିକ କୋଠା, ଆସ୍କା ରୋଡ୍‌ରେ ଥିବା ଦୁଇ ମହଲାବିଶିଷ୍ଟ ଗୋଦାମ, ବୃନ୍ଦାବତୀ ନଗରରେ ଏବଂ ବିଷ୍ଣୁନଗରରେ ଥିବା ଭଡ଼ା ଗୋଦାମରେ ଏକ ସଙ୍ଗେ ଚଢ଼ାଉ କରି ଖାନତଲାସ ଚଳାଇଛନ୍ତି । ବ୍ରହ୍ମପୁର ଭିଜିଲାନ୍‌ସ୍‌ର ମିସ୍‌ଲେନିୟସ୍‌ କେସ୍‌ ନମ୍ବର ୯/୨୦ର ତଲାସ ପରଓ୍ଵାନା ବଳରେ ଚଢ଼ାଉ କରିଥିବା ଭିଜିଲାନ୍ସ ଟିମ୍‌ ଏପର୍ଯ୍ୟନ୍ତ ଶ୍ରୀ ନାୟକଙ୍କ ଘରୁ ନଗଦ ୧୮,୦୫,୦୧୦ ଜବତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe