ରେଶମ ସହରରେ ଅଧାରେ ପଡିଛି ରିଂ ରୋଡ କାମ । ଭାରୀଯାନ ନିୟନ୍ତ୍ରଣ ଓ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ମଂଜୁରୀ ପରେ ବି ଅଧାରେ ଅଟକିଛି

122

କନକ ବ୍ୟୁରୋ : ଦକ୍ଷିଣ ଓଡିଶାର ବ୍ୟବସାୟୀକ ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର । ସହର ମଧ୍ୟରେ ରାପ୍ତାନୀ ଓ ଆମଦାନୀ ଲାଗି ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର ଶହ ଶହ ଟ୍ରକ୍ ସହର ମଧ୍ୟ ଦେଇ ଯାତାୟତ କରୁଛି । ଯାହାଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ମାନ ଘଟୁଛି । ଏ ସବୁ ସମସ୍ୟାର ସମାଧାନ ସହ ସହରବାସୀଙ୍କ ଦୀର୍ଘ ଦିନର ଦାବୀ ପୁରଣ କରିବା ଲାଗି ସରକାର ୮ବର୍ଷ ତଳେ ଏକ ବାଇପାସ୍ ବା ରିଂ ରୋଡ ନିର୍ମାଣ ପାଇଁ ପ୍ରସ୍ତାବ ଚୁଡାନ୍ତ ହୋଇ ଗଞ୍ଜାମ ଜିଲ୍ଲାର ତିନି ଗୋଟି ବିଭାଜନ ମାଧ୍ୟମରେ ନିର୍ମାଣ ପାଇଁ ସ୍ଥିର କରିଥିଲେ । ରାସ୍ତା କାମକୁ କ୍ୟାବିନେଟ ମଞ୍ଜୁରୀ ମିଳି ସାରିଛି କିନ୍ତୁ ଚୁକ୍ତି ହୋଇନାହିଁ । ଏବେ ସୁଦ୍ଧା ଜାତୀୟ ରାଜପଥ ବିଭାଜନ ଦ୍ୱାରା ୨ ଥାକିଆ ବାଇପାସ ରାସ୍ତା ନିର୍ମାଣ କାମ ଜାରୀ ରହିଥିବା ବେଳେ ଶତକଡା ୨୦ ଭାଗ ସରିଛି । ଏପଟେ ବାଇପାସ କାମ ଅବଧି ୩୦ମାର୍ଚ୍ଚ ୨୦୨୪ ରହିଛି । ତେବେ ଶତକଡା ୮୦ଭାଗ ଜମି ଅଧିଗ୍ରହଣ ସରିଛି ଅତିଶିଘ୍ର କାମ ଶେଷ ହେବ ବୋଲି କହିଛନ୍ତି ଜିଳ୍ଲାପାଳ ।

ସହରରେ ଜନସଂଖ୍ୟା ବଢିଚାଲିଥିବା ବେଳେ ଦିନକୁ ଦିନ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷେ ଜନବସତି ବୃଦ୍ଧି ପାଇ ସହର ସଂପ୍ରସାରଣ ହୋଇଥିଲେ ବି ସହର ମଧ୍ୟ ଦେଇ ଯାଇଥିବା ଗୋପାଳପୁର – ରାୟପୁର ୫୯ନମ୍ବର ଜାତୀୟ ରାଜପଥରେ ଭାରିଯାନ ଯାତାୟତ ଏବେ ମୁଖ୍ୟ ସମସ୍ୟା ପାଲଟିଛି । ସମସ୍ୟା ସଂପର୍କରେ ସରକାର ଅବଗତ ଥିଲେ ବି କେବଳ ନିର୍ବାଚନ ସମୟରେ ରିଂ ରୋଡ କଥା ସାମାନକୁ ଆସୁଛି ।

ସହରରେ ରିଂ ରୋଡ କାମ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯାଇପାରିଲେ ଟ୍ରାଫିକ ଓ ଦୁର୍ଘଟଣା ଭଳି ସମସ୍ୟାରେ ସୁଧାର ଆସପାରିବ ।