କନକ ବ୍ୟୁରୋ: ବିଜୟ ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ବ୍ରହ୍ମପୁରର ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ । ପୌର ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇ ବିଜେଡିର ବ୍ରହ୍ମପୁର ମେୟର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ଆଉ ଆଜି ନବୀନ ନିବାସ ଆସି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନଙ୍କୁ ସାକ୍ଷାତ ପରେ ସୋସିଆଲ ମିଡିଆରେ ତାଙ୍କ ଆଦର୍ଶ ମୁଖ୍ୟମନ୍ତ୍ରୀ ଲେଖି ଧନ୍ୟବାଦ ଦେଇଛନ୍ତି ସଂଘମିତ୍ରା ।
କଟକ ମେୟର ସୁବାସ ସିଂ ଏବଂ ନବ ନିର୍ବାଚିତ କର୍ପୋରେଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୌର ନିର୍ବାଚନରେ ବିଜେଡିକୁ ସମର୍ଥନ ଦେଇଥିବାରୁ ସହରବାସୀ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁବାସ ସିଂଙ୍କ ସମେତ ଟାଙ୍ଗୀ-ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ମଧ୍ୟ ନବୀନଙ୍କୁ ଭେଟି ଆର୍ଶୀବାଦ ଭିକ୍ଷା କରି ସହରର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଗୁରୁମନ୍ତ୍ର ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/WhatsApp-Image-2022-03-27-at-8.18.39-PM.jpeg)