କନକ ବ୍ୟୁରୋ : ଚିକିଟି ମଦମୃତ୍ୟୁ ମାମଲାକୁ ନେଇ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବ୍ରହ୍ମପୁର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରାଯାଇଛି । ଅବକାରୀ ବିଭାଗ ମନ୍ତ୍ରୀଙ୍କ ତରଫରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି । କେବଳ ନିଲମ୍ବନ ନୁହେଁ ଏହି ମଦମୃତ୍ୟୁ ଘଟଣାରେ ସମ୍ପୃକ୍ତଙ୍କୁ ଖୋଜି ବାହାର କରିବାକୁ ଅବକାରୀମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅବକାରୀ ମନ୍ତ୍ରୀ କହିଛନ୍ତି କି, ମଦମୃତ୍ୟୁ ମାମଲାରେ ଯେ କେହି ବି ସଂପୃକ୍ତ ଥିଲେ ସେମାନଙ୍କ ବିରୋଧରେ ଦୃଢ ଦଣ୍ଡବିଧାନ କରାଯିବ । ଏହାସହ ସମ୍ପୂର୍ଣ୍ଣ ଭାବେ ଚୋରାମଦ କାରବାର ବନ୍ଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବିଷାକ୍ତ ମଦ ମୃତ୍ୟୁ ଓ ଚୋରା ମଦ କରାବାର ବନ୍ଦ କରିବାକୁ ଯାହା ପଦକ୍ଷେପ ଦରକାର ତାହା ନେବାକୁ ଅବକାରୀ ମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।