କନକ ବ୍ୟୁରୋ : ଆସନ୍ତା ୧୭ରୁ ଅନ୍ଧାରରେ ବୁଡ଼ିପାରେ ରେଶମ ସହର ବ୍ରହ୍ମପୁର । ବିଦ୍ୟୁତ ବିଲ୍ ବାବଦରେ ବ୍ରହ୍ମପୁର ମହାନଗର ନିଗମ ପ୍ରାୟ ୭କୋଟି ୬୫ ଲକ୍ଷ ଟଙ୍କା ବାକି ରଖିଥିବାରୁ ଏଭଳି ପଦକ୍ଷେପ ନେଇପାରେ ବିଦ୍ୟୁତ ବିଭାଗ । ବକେୟା ଅର୍ଥ ନେଇ ବିଦ୍ୟୁତ ବିଭାଗ ୧୫ ଦିନର ମହଲତ ଦେଇଥିଲା । ଗତ ୨ ତାରିଖରେ ଦେଇଥିବା ନୋଟିସ ଅନୁଯାୟୀ ଆସନ୍ତା ୧୭ରେ ଅବଦ୍ଧି ପୂରଣ ହେଉଛି । ନୋଟିସ ଅନୁସାରେ ସହର ଅନ୍ଧକାର ହେବା ସୁନିଶ୍ଚିତ ବୋଲି ଜଣାପଡ଼ିଛି ।
୨୦୨୧ ମାର୍ଚ୍ଚ ପୂର୍ବରୁ ନିଗମ ଉପରେ ପ୍ରାୟ ୧୬ କୋଟି ବିଦ୍ୟୁତ ବିଲ୍ ବକେୟା ରହିଥିଲା । ଏନେଇ ଭିନ୍ନ ଭିନ୍ନ ସମୟରେ ବିଏମସିକୁ ନୋଟିସ ପ୍ରଦାନ କରାଯାଇଥିଲା । କିନ୍ତୁ ବିଏମସି ଏଥିରେ ଅକ୍ଷମତା ପ୍ରକାଶ କରିବା ସହ ୱାନ ଟାଇମ୍ ସେଟେଲମେଂଟ କରିବାକୁ ଅନୁରୋଧ କରିଥିଲା । ଅନୁରୋଧକୁ ରକ୍ଷା କରି ଟିପିଏସଓଡିଏଲ ପ୍ରାୟ ୮ କୋଟି ୫୫ ଲକ୍ଷ ଛାଡ଼ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ବଳକା ୭ କୋଟି ୬୫ ଲକ୍ଷକୁ ୧୭ ତାରିଖ ମଧ୍ୟରେ ପୈଠ କରିବା ପାଇଁ ମହଲତ ଦେଇଥିଲା । ମହଲତ ସରିବାକୁ ମାତ୍ର ୨ ଦିନ ଥିବା ବେଳେ ବିଏମସି ଏନେଇ କ’ଣ ପଦକ୍ଷେପ ନେଉଛି ତାଉପରେ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/17-21.jpg)