ସୁପ୍ରିମକୋର୍ଟଙ୍କ ଚେତାବନୀକୁ ମାନିଲେନି ବ୍ରହ୍ମପୁର ଓକିଲ ସଂଘ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଆଇନଜୀବୀଙ୍କ ସତ୍ୟାଗ୍ରହ। 

ସୁପ୍ରିମକୋର୍ଟଙ୍କ ଚେତାବନୀକୁ ମାନିଲେନି ବ୍ରହ୍ମପୁର ଓକିଲ ସଂଘ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଆଇନଜୀବୀଙ୍କ ସତ୍ୟାଗ୍ରହ। 

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଗଂଜାମ ଓକିଲ ସଂଘ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନରେ ବସିଲେ ଗଂଜାମ ଜିଲ୍ଲା ଓକିଲ ସଂଘ । ଗତକାଲି ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରି ବାର କାଉନସିଲ ଅଫ ଇଣ୍ଡିଆକୁ ଆନ୍ଦୋଳନରେ ବସିଥିବା ଓକିଲଙ୍କ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଖଣ୍ଡପୀଠ କହିଥିଲେ, ବିହାର ଭଳି ବଡ ରାଜ୍ୟରେ ପାଟନାରେ ଗୋଟିଏ ହାଇକୋର୍ଟ ରହିଛି । ହେଲେ ଓଡିଶାରେ ଯଦି ସମସ୍ତ ଜିଲ୍ଲାରେ ହାଇକୋର୍ଟ ବେଂଚ ପାଇଁ ଦାବି ହେବ ତାହାଲେ ଏହା ସମ୍ଭବ ନୁହେଁ । ତେଣୁ ଏପରି ଦାବିକୁ ଗ୍ରହଣ କରିନଥିଲେ ସୁପ୍ରିମକୋର୍ଟ ।

ରାଜ୍ୟରେ ଏବେ ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦାବିହେଉଛି । ଆନ୍ଦୋଳନ ପାଇଁ କୋର୍ଟ କାର୍ଯ୍ୟ ପ୍ରଭାବିତ ହେଉଛି । ତେଣୁ ଏପରି ନହେବା ଦରକାର ବୋଲି କୋର୍ଟ କହିଛନ୍ତି । ୧୯୮୯ରୁ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଦାବି ହୋଇଆସୁଛି । ୨୦୦୮ରେ ଦାବି ବେଳେ ଓକିଲଙ୍କ ଉପରେ ଲାଠିଚାର୍ଜ ମଧ୍ୟ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe