କମୁଛି ବ୍ରାହ୍ମଣୀ ଓ ବୈତରଣୀ । ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ କାର୍ଯ୍ୟକୁ କରାଯାଉଛି ତ୍ୱରାନ୍ୱିତ

204

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ସୂଚନା । ରାଜ୍ୟରେ ବର୍ଷା ନଥିବାରୁ କମୁଛି ବ୍ରାହ୍ମଣୀ, ବୈତରଣୀ ନଦୀ । ସମସ୍ତ ପ୍ରଭାବିତ ବ୍ଲକରେ ରିଲିଫ କାମ ଆରମ୍ଭ ହୋଇଛି । ବନ୍ୟା ପ୍ରଭାବିତ ଯାଜପୁର ବରି ବ୍ଲକକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କେବଳ ବରି ବ୍ଲକରେ ଉଦ୍ଧାର ଓ ରିଲିଫ ପାଇଁ ୧୭ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେପଟେ ଯାଜପୁରରେ ବନ୍ୟା ସ୍ଥିତିକୁ ନେଇ ଆଜି ଜିଲ୍ଲାପାଳଂକ କାର୍ଯ୍ୟାଳୟରେ ବୈଠକ ବସୁଛି । ଜିଲ୍ଲାର ବନ୍ୟା ମୁକାବିଲା ନେଇ ଏଥିରେ ରଣନୀତି କରିବେ ଜିଲ୍ଲାପାଳ ।