କନକ ବ୍ୟୁରୋ : ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୨୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡାଙ୍କୁ କୃଷ୍ଣପ୍ରସାଦ ବ୍ଲକରେ ବିରୋଧ ଓ ଆକ୍ରମଣ ହୋଇଛି । କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ ସ୍ଥାନରେ କିଛି କର୍ମୀଙ୍କୁ ନେଇ ସେ ବୈଠକ କରୁଥିଲେ । ଆଉ ଫେରୁଥିବା ସମୟରେ ଚିଲିକା ଜହ୍ନିକୁଦା ଘାଟ ନିକଟରେ କିଛି ଲୋକ ବିରୋଧ କରିଥିଲେ । ସେମାନେ ବିଜେଡିର କର୍ମୀ ଥିଲେ ବୋଲି କୁହାଯାଉଛି । କୈଳାସ ପରିଡା ପରିଡା ପଂଚାୟତ ନିର୍ବାଚନଠାରୁ ଏକାକୀ ବିଭିନ୍ନ ସ୍ଥାନରେ ବୈଠକ କରୁଥିଲେ । ଏହାକୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରି ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ହେଉଛି ।

Advertisment