ବ୍ରହ୍ମପୁର ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥା: ବଡ଼ ବଡ଼ କୋଠା କିନ୍ତୁ ନାହିଁ ଆବଶ୍ୟକୀୟ ଶଯ୍ୟା, ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ

34

କନକ ବ୍ୟୁରୋ: ବ୍ରହ୍ମପୁର ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥା । ବଡ଼ ବଡ଼ କୋଠା କିନ୍ତୁ ରୋଗୀ ଚିକିତ୍ସା ନିମନ୍ତେ ନାହିଁ ବେଡ଼ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ବ୍ରହ୍ମପୁର ଏମକେସିଜି ମେଡିକାଲର ମେଡ଼ିସିନ ୱାର୍ଡରେ । ରୋଗୀଙ୍କ ପାଇଁ ଆବଶ୍ୟକୀୟ ବେଡ଼ ନାହିଁ । ଫଳରେ ରୋଗୀମାନେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି । କେବଳ ସେତିକି ନୁହେଁ, ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଥିବା ବେଳେ ଫ୍ୟାନଟିଏ ମଧ୍ୟ ଲାଗି ନାହିଁ । ଏଭଳି ବହୁ ଅସୁବିଧାରେ ଗୁରୁତର ରୋଗୀ ଚିକିତ୍ସିତ ହେଉଛନ୍ତି । ଗୁରୁତର ରୋଗୀ ବେଡ ନପାଇ ତଳେ ଶୋଇ ଚିକିତ୍ସିତ ହେଉଥିବା ଯୋଗୁଁ ରୋଗ କମିବା ବଦଳରେ ବଢୁଛି ବୋଲି କହିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏହା କେଉଁ ପ୍ରକାରର ସ୍ବାସ୍ଥ୍ୟ ସୁବିଧା ବୋଲି ପ୍ରଶ୍ନ କରିଛନ୍ତି । ଏମକେସିଜିରେ ରୋଗୀଙ୍କୁ କିଭଳି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ସେନେଇ ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।