ଗିରଫ ହେଲେ ବ୍ରହ୍ମପୁରର କିଲର ଡାକ୍ତର ହୃଷିକେଷ ତ୍ରିପାଠୀ । ହତ୍ୟା କରିଥିବା ସ୍ଥାନକୁ ନେଇ ଡେମୋ ଦେଖାଉଛି ଅଭିଯୁକ୍ତ ଡାକ୍ତର

62

କନକ ବ୍ୟୁରୋ : ଗିରଫ ହେଲେ ବ୍ରହ୍ମପୁରର କିଲର ଡାକ୍ତର ହୃଷିକେଶ ତ୍ରିପାଠୀ । ନର୍ସଙ୍କ ସହ ତ୍ରିକୋଣୀୟ ପ୍ରେମକୁ ନେଇ ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡଙ୍କୁ ହତ୍ୟା ଘଟଣାରେ ହୃଷିକେଶ ଥିଲେ ମୁଖ୍ୟ ଅଭିଯୁକ୍ତ । ଗତ ସପ୍ତାହରେ ଘଟଣାର ପର୍ଦ୍ଦାଫାଶ ହେବା ପରେ ହୃଷିକେଷ ଫେରାର ହୋଇଯାଇଥିଲେ । ଭୁବନେଶ୍ୱରରୁ ତାଙ୍କୁ ଗିରଫ କରାଯାଇଥିଲା । ଆଜି ବ୍ରହ୍ମପୁର ନିକଟସ୍ଥ ବଡଗୁମୁଳାରେ ଡୋମୋ ଦେଖାଇଛି ଅଭିଯୁକ୍ତ ଡାକ୍ତର । ବିଷ୍ଣୁ ଗୌଡକୁ ହତ୍ୟା କରାଯିବା ପରେ ଏଠାରେ ପୋତି ଦେଇଥିଲେ ହୃଷିକେଷ ତ୍ରିପାଠୀ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଡାକ୍ତରୀ ବୁଦ୍ଧି ଲଗାଇ ବଡ଼ ଧରଣର ଷଡଯନ୍ତ୍ର ରଚିଥିଲା ଡାକ୍ତର ହୃଷିକେଶ ତ୍ରିପାଠୀ ।

ପୋଷ୍ଟମର୍ଟମ କରିଥିବା ଡାକ୍ତର ଅନୁମାନ ଅନୁସାରେ, ସର୍ଜିକାଲ ଛୁରୀରେ ମୃତ ବିଷ୍ଣୁ ଗୌଡ଼ଙ୍କ ପାଦ କାଟି ସବୁ ରକ୍ତ ନିଗାଡି ଦେଇଥିଲା ଅଭିଯୁକ୍ତ । ରକ୍ତ ନିଗାଡ଼ି ଦେଲେ ମୃତଦେହ ଶୀଘ୍ର ନଷ୍ଟ ହେବ ବୋଲି ବୋଧହୁଏ ଭାବୁଥିଲା ଅଭିଯୁକ୍ତ । ବୀଭତ୍ସତାର ସବୁ ସୀମା ଟପି ଅଲଗା କରି ଦେଇଥିଲା ମୁଣ୍ଡ-ଗଣ୍ଡି । ପ୍ୟାକିଂ କରିବା ପୂର୍ବରୁ ମୃତଦେହରୁ ଗୋଡ କାଟି ଦେଇଥିଲା । ଏହାପରେ ବ୍ରହ୍ମପୁର ନିକଟସ୍ଥ ବଡଗୁମୁଳାରେ ଅନ୍ୟଜଣକ ସହାୟତାରେ ବିଷ୍ଣୁଗୌଡକୁ ନେଇ ପୋତି ଦେଇଥିଲା । ବିଷ୍ଣୁ ଗୌଡ ନିଖୋଜର ୨୫ ଦିନ ପରେ ଗତ ସପ୍ତାହରେ ଘଟଣାର ପର୍ଦ୍ଦାଫାସ କରିଥିଲା ବ୍ରହ୍ମପୁର ପୋଲିସ ।