ବ୍ରହ୍ମପୁର ମହାନଗର ନିଗମ ମାସିକ ବୈଠକରେ ହୋହଲ୍ଲା । ୩ ଦଫା ଦାବି ନେଇ କଂଗ୍ରେସ କର୍ପୋରେଟରଙ୍କ ହଙ୍ଗାମା । ବିଏମସି ବୈଠକରେ ମେୟର ଓ କମିସନରଙ୍କୁ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ସଭାରେ ହଟଗୋଳ କରିଛନ୍ତି କଂଗ୍ରେସ କର୍ପୋରେଟର । ତେବେ କଂଗ୍ରେସର ଅଭିଯୋଗ କଂଗ୍ରେସ କର୍ପୋରେଟରଙ୍କୁ ବିନା ଦୋଷରେ ଗିରଫ କରୁଛି ପୁଲିସ । ଏହାସହ ବିଏମସି ଟେଂଡର ଫିକ୍ସିଂ ମାମଲାର ତଦନ୍ତ ଦାବି କରିଛି କଂଗ୍ରେସ । ଏହାସହ ପୁଲିସ ବ୍ରହ୍ମପୁରରେ ଅପରାଧୀ ରୋକିବା ଆଳରେ କେବଳ ଗୋଟିଏ ଗୋଷ୍ଠୀକୁ ଆକ୍ଷେପ କରୁଥିବା ଘଟଣାକୁ ନିନ୍ଦା କରିଛନ୍ତି କଂଗ୍ରେସ କର୍ପୋରେଟର ।
ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହଙ୍ଗାମା, ୩ ଦଫା ଦାବିରେ ପ୍ଲାକାର୍ଡ ପ୍ରଦର୍ଶନ
/kanak/media/post_attachments/wp-content/uploads/2016/04/vlcsnap-2016-04-25-14h02m50s998.png)