ଜମି ବିବାଦକୁ ନେଇ ବ୍ରହ୍ମଗିରିରେ ଗୋଷ୍ଠୀ ସଂଘର୍ଷ । ତେଂଟା ମାଡରେ ୨ ମୃତ, ୯ ଗୁରୁତର ମେଡିକାଲରେ ଭର୍ତି : ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

157

କନକ ବ୍ୟୁରୋ : ତେଂଟାମାଡରେ ୨ଜଣଙ୍କ ମୃତ୍ୟୁ । ବ୍ରହ୍ମଗିରିରେ ଡମିଣିସେଣାରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗୋଷ୍ଠୀ ସଂଘର୍ଷରେ ତେଂଟା ମାଡ଼ କରାଯାଇଥିଲା । ଯେଉଁଥିରେ ୨ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଥିଲା ଅନ୍ୟଜଣଙ୍କର ପୁରୀ ମେଡ଼ିକାଲରେ ମୃତ୍ୟୁ ହୋଇଛି ।

ଘଟଣାରେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଆଉ କିଛି ଗୁରୁତରଙ୍କୁ ପୁରୀ ମେଡ଼ିକରାଲରେ ଭର୍ତି କରାଯାଇଛି ।