ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଭବିଷ୍ୟବାଣୀ: ଟି-୨୦ ବିଶ୍ୱକପ ସେମିଫାଇନାଲକୁ ଯିବେ ଏହି ୪ଟିମ୍

1,338

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ସୁପର ୧୨ ମ୍ୟାଚ ଅକ୍ଟୋବର ୨୩ରୁ ଆରମ୍ଭ ହେବ । ହେଲେ ଏହାପୂର୍ବରୁ ହିଁ ଟି-୨୦ ବିଶ୍ୱକପର ସେମିଫାଇନାଲ ଟିମକୁ ନେଇ ଭବିଷ୍ୟବାଣୀ କରାଯାଇଛି । ଆଉ ଏହି ଭବିଷ୍ୟବାଣୀ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରଡ ହଗ । ତେବେ ଆସନ୍ତୁ ଜାଣିବା ସେ କେଉଁ ୪ ଟିମକୁ ଟି-୨୦ ବିଶ୍ୱକପ ସେମିଫାଇନାଲ ଯିବେ ବୋଲି କହିଛନ୍ତି ।

ବ୍ରଡ ହଗ କହିଛନ୍ତି, ଭାରତ, ପାକିସ୍ତାନ, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିବେ । ପାକିସ୍ତାନକୁ ସେମିଫାଇନଲରେ ପ୍ରବେଶ କରିବାକୁ ହେଲେ ପ୍ରଥମ ମ୍ୟାଚରେ ଭାରତକୁ ହରାଇବାକୁ ହେବ । ହେଲେ ସେ ନିଜ ଟିମ ଅଷ୍ଟ୍ରେଲିଆ କଥା ଏଥିରେ କହିନାହାନ୍ତି ।

ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଅନେକ ବଡ ବଡ କ୍ରିକେଟର ଭବିଷ୍ୟବାଣୀ କରୁଛନ୍ତି । ଏହି ଟି-୨୦ର ଅଭ୍ୟାସ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିଛି । ପ୍ରଥମ ମ୍ୟାଚରେ ଇଂଲଣ୍ଡ ଓ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରେଇ ସାରିଛି । ତେବେ ସୁପର ୧୨ରେ ଭାରତ ୨୪ ତାରିଖରେ ପାକିସ୍ତାନକୁ ଭେଟିବ ଯେଉଁ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।