କନକ ବ୍ୟୁରୋ: ମୁମ୍ବାଇରେ ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବି.ଆର ଚୋପ୍ରାଙ୍କ ବଙ୍ଗଳା ବିକ୍ରି ହୋଇଯାଇଛି । ୨୫,୦୦୦ ବର୍ଗଫୁଟ ଜମିରେ ନିର୍ମିତ ଏହି ବଙ୍ଗଳା ମୁମ୍ବାଇ ଜୁହୁ ଅଞ୍ଚଳରେ ଏକର ଜମିରେ ବ୍ୟାପିଛି । ଏହା ୧୮୩ କୋଟି ଟଙ୍କାରେ ବିକ୍ରି ହୋଇଛି । ଜଣେ ରିଅଲ ଇଷ୍ଟେଟ୍ ଡେଭଲପର ରବି ଚୋପ୍ରାଙ୍କ ସ୍ତ୍ରୀ ତଥା ବି.ଆର ଚୋପ୍ରାଙ୍କ ବୋହୂ ରେଣୁ ଚୋପ୍ରାଙ୍କଠାରୁ ଏହି ବଙ୍ଗଳା କିଣିଛନ୍ତି । ଏହି ସ୍ଥାନରେ ଏକ ପ୍ରିମିୟମ ଆବାସିକ ପ୍ରକଳ୍ପ ନିର୍ମାଣ କରିବାର ଯୋଜନା ରହିଛି ।
୧୯୧୪ରେ ଜନ୍ମଗ୍ରହଣ କରିଥିବା ବଳଦେବ ରାଜ ଚୋପ୍ରାଙ୍କ ଫିଲ୍ମ ପ୍ରତି ଅହେତୁକ ଆଗ୍ରହ ଥିଲା । ସେ ଏକ ଫିଲ୍ମ ସାମ୍ବାଦିକ ଭାବେ କାରିୟର ଆରମ୍ଭ କରିଥିଲେ । ହେଲେ ଭାରତ -ପାକିସ୍ତାନ ବିଭାଜନ ପରେ ସେ ପ୍ରଥମେ ଦିଲ୍ଲୀ ଓ ପରେ ମୁମ୍ବାଇ ପଳାଇଆସିଲେ । ୧୯୪୯ରେ ସେ ତାଙ୍କର ପ୍ରଥମ ଫିଲ୍ମ ‘କରୱାତ’ ପ୍ରଯୋଜନା କରିଥିଲେ । ଏହା ଫ୍ଲପ୍ ହୋଇଥିଲା । ୧୯୫୧ରେ ସେ ‘ଅଫସାନା’ ଫିଲ୍ମର ନିର୍ମାତା ତଥା ନିର୍ଦ୍ଦେଶକ ଭାବେ ପୁଣିଥରେ ଭାଗ୍ୟ ପରୀକ୍ଷା କରିଥିଲେ । ଯାହା ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ୧୯୫୫ରେ ସେ ପିଜର ଏକ ପ୍ରଡକ୍ସନ ହାଉସ୍, ‘ବି.ଆର୍ ଫିଲ୍ମସ୍’ ସ୍ଥାପନ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ନୟା ଦୌର’ ନିର୍ମାଣ ହୋଇଥିଲା । ଏହା ମଧ୍ୟ ହିଟ୍ ସାବ୍ୟସ୍ତ ହୋଇଥିଲା । ହେଲେ ସବୁଠାରୁ ଉଦ୍ଧ୍ୱର୍ରେ ପୌରାଣିକ ଧାରାବାହିକ ‘ମହାଭାରତ’ ଯୋଗୁଁ ଦେଶ ବିଦେଶରେ ପ୍ରସିଦ୍ଧି ପାଇଥିଲେ । ହେଲେ ୨୦୦୮ରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ତାଙ୍କର ପରଲୋକ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/06/chopra.jpg)