ନିଟ ଲାଗି ମେ’୨୦ରେ ହେବ ନାହିଁ ବିପିୟୁଟି ସେମିଷ୍ଟାର

ମୋବାଇଲ ଫୋନ୍ ଜରିଆରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମୋବାଇଲ, ଟ୍ୟାପ୍, ପିସି ଏବଂ ଲ୍ୟାପଟପ୍ ଜରିଆରେ ପରୀକ୍ଷା ଦେଇପାରିବେ ବିପିୟୁଟି ଶେଷ ସେମିଷ୍ଟାର ପିଲା

କନକ ବ୍ୟୁରୋ : ଓଡ଼ିଶାରେ ଆସନ୍ତା ୨୦ ତାରିଖରେ ସର୍ବ ଭାରତୀୟ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ବିପିୟୁଟି ସେମିଷ୍ଟାର୍ ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି। ମେ’୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ଏବେ ଜୁନ ୧୩ ତାରିଖ ଅନୁଷ୍ଠିତ ହେବ। ଅନ୍ୟ ସବୁ ପରୀକ୍ଷା ନିର୍ଦ୍ଧାରିତ ତାରିଖ ଓ ସମୟାନୁଯାୟୀ ଅନୁଷ୍ଠିତ ହେବ ବୋଲି ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ମେ’ ୨ ତାରିଖରୁ ବିପିୟୁଟି ସେମିଷ୍ଟାର୍ ପରୀକ୍ଷା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ବାତ୍ୟା ‘ଫନି’ ଯୋଗୁଁ ଏହାକୁ ବାତିଲ କରି ମେ’ ୨୦ ତାରିଖରୁ ପରୀକ୍ଷା ଆରମ୍ଭ କରିବାକୁ ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe