ଉତ୍ତରପ୍ରଦେଶ ପୋଲିସ୍ ଆଗ୍ରାରୁ ଗୋଟିଏ ଗ୍ୟାଙ୍ଗ୍ କୁ ଗିରଫ କରିଛି । “ହ୍ୟାଲୋ ଗ୍ୟାଙ୍ଗ୍” ନାମରେ ଅପରେଟ୍ କରୁଥିବା ଏହି ଗ୍ୟାଙ୍ଗ୍ ଲୋକଙ୍କୁ ଚାକିରୀ ଲଗାଇଦେବା ଲାଳସାରେ ମହାରାଷ୍ଟ୍ର ଏବଂ ଗୁଜୁରାଟରୁ ଅନେକ ଲୋକଙ୍କ ଠକେଇର ଶିକାର କରିସାରିଥିଲା । ଏହି କୁଖ୍ୟାତ ଗ୍ୟାଙ୍ଗ୍ ସହ ୨୨ ଟି ଗାଁର ଅନେକ ଯୁବକ ସାମିଲ୍ ହୋଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଏହି ଯୁବକ ମାନଙ୍କ ମଧ୍ୟରେ କିଛି ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ କେହି କେହି ବି.ଟିକେ୍ ଏବଂ ସ୍ନାତକ ପାଠ ପଢୁଛନ୍ତି । ଜଣେ ଅଭିଯୁକ୍ତ ରେଲୱେ ପୋଲିସ୍ ଫୋର୍ସରେ ଚାକିରୀ କରିବା ପାଇଁ ସୁଯୋଗ ପାଇଥିଲେ କିଛି ଦିନ ଭିତରେ ହିଁ ତାଙ୍କର ଜଏନ୍ ହୋଇଥାନ୍ତା । ଦ୍ୱାଦଶରୁ ଆରମ୍ଭ କରି ଗ୍ରାଜୁଏସନ୍ ସବୁ ଉଚ୍ଚ ଶିକ୍ଷିତ ଯୁବକ ଏହି ଗ୍ୟାଙ୍ଗରେ ସାମିଲ୍ ହୋଇଥିଲେ । ପୋଲିସ୍ କହିବାନୁସାର , ଏହି ଗ୍ୟାଙ୍ଗ୍ ହଜାରରୁ ଅଧିକ ଲୋକଙ୍କୁ ଠକେଇର ଶିକାର କରିସାରିଲାଣି । ଏହି ଗ୍ୟାଙ୍ଗ୍ ସହ ସାଇବର୍ ସେଲ୍ ଟିମ୍ ମଧ୍ୟ କାମ କରୁଥିଲା ।

Advertisment

publive-image

ଗ୍ୟାଙ୍ଗ୍ ପାଖରୁ ୨୮ ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଯେଉଁଥିରେ ୮ ଟି ମୋବାଇଲ୍ ଫୋନ୍ ଖାସ୍ କମ୍ପାନୀର ରହିଛି । ମୋବାଇଲର ଏକ ଆପ୍ ରେ ଯୁବତୀଙ୍କ ଭଳି ସ୍ୱର ବାହାର କରି ଏହି ଯୁବକମାନେ ଲୋକଙ୍କୁ ଠକି ଆସୁଥିଲେ । ଶିକାର ଫସିବା ପରେ ଭିନ୍ନ ଭିନ୍ନ ନାଁରେ ତାଙ୍କ ଠାରୁ ଟଙ୍କା ଠକି ଆସୁଥିଲେ ।