ମାମଲା ଯେତିକି ପ୍ରେମିକା ସେତିକି…୨୬ଟି ମାମଲାକୁ ୨୫ଜଣ ପ୍ରେମିକା ! ପ୍ରେମିକାକୁ ଖୁସି କରିବାକୁ ଲୁଟ କରୁଥିଲା ଅଭିଯୁକ୍ତ

ନୟାପଲ୍ଲୀ ବୃଦ୍ଧାଙ୍କୁ ହତ୍ୟା ଓ ଲୁଟ ମାମଲାରେ ଅଭିଯୁକ୍ତ ନାରାୟଣକୁ ନେଇ ଆସିଲା ସାଂଘାତିକ ତଥ୍ୟ

401

କନକ ବ୍ୟୁରୋ : ମାମଲା ଯେତିକି ପ୍ରେମିକା ସେତିକି… ୨୬ଟି ମାମଲାକୁ ୨୫ଜଣ ପ୍ରେମିକା । ନୟାପଲ୍ଲୀ ବୃଦ୍ଧାଙ୍କୁ ହତ୍ୟା କରି ଲୁଟ ମାମଲାରେ ଅଭିଯୁକ୍ତ ନାରାୟଣ ସ୍ୱାଇଁର ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ବେଳେ ଅଭିଯୁକ୍ତ ଠାରୁ ଅଧିକ ତଥ୍ୟ ଓଗାଳିଛି ପୋଲିସ । ଏହି ସମୟରେ କିଛି ରୋଚକ କିନ୍ତୁ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତର ୨୫ ଜଣ ପ୍ରେମିକା ଥିବା ବେଳେ ପ୍ରେମିକାକୁ ଖୁସି କରିବା ପାଇଁ ଏଭଳି ଲୁଟ ପାଟ କରୁଥିଲା ନାରାୟଣ ।

ଏବେ ସୁଧା ବିଭିନ୍ନ ଥାନାରେ ନାରାୟଣ ନାଁରେ ରହିଛି ୨୬ଟି ମାମଲା । ଅଭିଯୁକ୍ତ ଠାରୁ ଜବତ ହୋଇଛି ସୁନା ଚେନ, ଆକ୍ରମଣ କରିଥିବା କଟୁରୀ । ଏହା ସହ ସେକ୍ସ ରାକେଟରେ ମଧ୍ୟ ଜଡ଼ିତ ଥିଲା ଅଭିଯୁକ୍ତ ନାରାୟଣ । ହକରୁ ସେକ୍ସ ରାକେଟ ଆଣି ଚଳାଇଥିଲା ନାରାୟଣ । ଲକ୍ ଡ଼ାଉନରେ ସେକ୍ସ ରାକେଟ ବନ୍ଦ ହେବା ପରେ ଲୁଟ ପାଟ ଆରମ୍ଭ କରିଥିଲା ଅଭିଯୁକ୍ତ । ଡ୍ରଗ୍ସ, ଲୁଟ, ସେକ୍ସ ରାକେଟରେ ସାମିଲ ଥିଲା ନାରାୟଣ ।