ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଆଇସିୟୁରେ ପହଂଚିଲେ ପ୍ରେମିକ, ତା ପରେ ଘଟିଲା ଏମିତି ଘଟଣା

216

କନକ ବ୍ୟୁରୋ : ପ୍ରେମରେ ପ୍ରତିଶ୍ରୁତି ଯେ ସବୁଠାରୁ ବଡକଥା ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବ୍ରିଟେନର ଜଣେ ପ୍ରେମିକ । ବ୍ରିଟେନରେ ଜଣେ ଯୁବକଙ୍କ ବାଳିକା ବନ୍ଧୁଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହା ତ ସାଧାରଣ କଥା , ହେଲେ ପ୍ରେମିକ ଜଣଙ୍କ ପ୍ରେମିକାକୁ ଦେଇଥିବା କଥାକୁ ଏଭଳି ପାଳନ କରିଛନ୍ତି ଯେ ଯାହାକି ଅନ୍ୟ ପ୍ରେମିକ ପ୍ରେମିକା ପାଇଁ ଉଦାହରଣ ପାଲଟି ଯାଇଛି ।

ସୂଚନା ମୁତାବକ ବ୍ରିଟେନରେ ଜଣେ ଯୁବକଙ୍କ ବାଳିକା ବନ୍ଧୁଙ୍କର କାର ଦୁର୍ଘଟଣା ହୋଇଥିଲା । ଏହାପରେ ବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର କହିଥିଲେ କି ବାଳିକା ଜଣଙ୍କୁ ବଞ୍ଚାଇବା ସମ୍ଭବ ନୁହେଁ । ଏହାପରେ ଯୁବକଙ୍କର ମନେ ପଡିଯାଇଥିଲା ପ୍ରେମିକାକୁ ଦେଇଥିବା କଥା । ସେ ଡାକ୍ତରଙ୍କୁ ଅନୁରୋଧ କରିଥିଲେ କି କୌଣସି ପରିସ୍ଥିତିରେ ସେ ତାଙ୍କୁ ବିବାହ କରିବେ । ଏନେଇ ସେ ଡାକ୍ତରଙ୍କ ସହାୟତା ମାଗିଥିଲେ ଓ ଡାକ୍ତର ଜଣେ ମଣିଷ ଭାବେ ଏହାକୁ ସ୍ୱିକାର କରିଥିଲେ ।

‘ଦ ସନ୍ ୟୁକେ’ ଗଣମାଧ୍ୟମର ସୂଚନା ମୁତାବକ ଜିମ୍ ମ୍ୟାନେଜର ୩୪ ବର୍ଷିୟ ଗର୍ଗ ପିଟର୍ସ ଓ ୨୮ ବର୍ଷିୟ ଏନା ଲେଗର ପରସ୍ପରକୁ ଭଲ ପାଉଥିଲେ ଓ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ବାହାଘର ବାବଦରେ ବି ଉଭୟଙ୍କ ପରିବାର ଲୋକ ରାଜି ଥିଲେ । ହେଲେ ଏକ ଦୁର୍ଘଟଣା ଉଭୟଙ୍କ ସ୍ୱପ୍ନକୁ ମାଟିରେ ମିଶାଇ ଦେଇଥିଲା ।

ଗୋଟିଏ ଦିନ ଚାକିରୀ ସ୍ଥଳକୁ ଆସିବା ବେଳେ ଏନା ଲେଗରଙ୍କ କାର ଅନ୍ୟ ଏକ ଗାଡି ସହ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଗମ୍ଭୀର ଥିଲା କି ଏନାଙ୍କ ଶରୀରେ ଗଭୀର କ୍ଷତ ହୋଇଯାଇଥିଲା । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର କହିଥିଲେ ଏନାଙ୍କୁ ବଞ୍ଚାଇବା ସମ୍ଭବପର ନୁହେଁ । ଏହାପରେ ଡାକ୍ତର ଏନାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ ।

ଏହାକୁ ଦେଖି ଗ୍ରେଟା ତାଙ୍କର ପ୍ରତିଶୃତି କଥା ମନେପକାଇଥିଲେ । ସେ ଡାକ୍ତରଙ୍କୁ ଆଇସିୟୁ ଭିତରେ ଏନାଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲେ । ପ୍ରଥମେ ଡାକ୍ତର ଏନେଇ ଅରାଜି ହୋଇଥିଲେ ବି ଗ୍ରେଟାଙ୍କ ଅନୁରୋଧ ଆଗରେ ହାର ମାନି ଶେଷରେ ଅନୁମତି ଦେଇଥିଲେ । ହେଲେ ଆଇସିୟୁ ଭିତରେ ବାହାଘର ହେବାର କିଛି ସମୟ ପରେ ଏନାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କ ଅନୁମତିକ୍ରମେ ଏନାଙ୍କ କିଛି ଅଙ୍ଗ ମେଡିକାଲକୁ ଦାନ କରାଯାଇଥିଲା ।