କନକ ବ୍ୟୁରୋ : ପ୍ରେମିକା ପାଇଁ ଜୀବନ ହାରିଲେ ପ୍ରେମିକ । ଭୁବନେଶ୍ୱର ନନ୍ଦନ ବିହାର ଅଂଚଳରେ ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ବେଡ଼ରୁମରେ ଜଣେ ଯୁବକଙ୍କ ମୃତଦେହ ରଶି ଲଗା ଅବସ୍ଥାରେ ଜବତ କରିଛି ପୋଲିସ । ମୃତକ ଜଣଙ୍କ ହେଉଛନ୍ତି ସୌମ୍ୟ ରଂଜନ ପାଣିଗ୍ରାହୀ ପପ୍ଲ ନମ୍ବର ଏଲଆଇଜି ୧୦୦ରେ ଘଟିଛି ଏଭଳି ଘଟଣା । ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ୍ ଜବତ କରିଛି ପୋଲିସ । ସେଥିରେ ଜଣେ ଯୁବତୀଙ୍କ ବାବଦରେ ଲେଖିଛନ୍ତି ମୃତ ଯୁବକ । ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।
ପ୍ରେମିକା ପାଇଁ ଜୀବନ ହାରିଲେ ପ୍ରେମିକ : ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ ; ଘଟଣାସ୍ଥଳରୁ ସୁଇସାଇଡ଼ ନୋଟ୍ ଜବତ
/kanak/media/post_attachments/wp-content/uploads/2022/01/15-40.jpg)