ବ୍ରେନ ଟ୍ୟୁମରରେ ପୀଡିତ ନାବାଳକର ସ୍ୱପ୍ନ ହେଲା ସାକାର । ଗୋଟିଏ ଦିନ ପାଇଁ ବିନିଲେ ଆଇପିଏସ୍ ଅଧିକାରୀ

546

କନକ ବ୍ୟୁରୋ : ବ୍ରେନ୍ ଟ୍ୟୁମରରେ ପୀଡିତ ୯ବର୍ଷୀୟ ନାବାଳକଙ୍କ ସ୍ୱପ୍ନ ହେଲା ପୂରଣ, ଦିନଟିଏ ପାଇଁ ବନିଲେ ଆଇପିଏସ ଅଫିସର । ଜୋନ ଏଡିଜି ଭାବେ ଦିନକ ପାଇଁ ଦାୟିତ୍ୱ ନେଇ ଏବେ ଚର୍ଚ୍ଚାରେ ବାରାଣସୀର ରଣବୀର ଭାରତୀ । ଉତରପ୍ରଦେଶର ଏକ ଡାକ୍ତରଖାନାରେ ରଣବୀରଙ୍କର ଚିକିତ୍ସା ଚାଲିଛି । ବ୍ରେନ ଟ୍ୟୁମର ଭଳି ଦୁଶାଧ୍ୟ ରୋଗରେ ପଡି ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ରଣବୀର । ବଡ଼ ହେଲେ ଜଣେ ଆଇପିଏସ ଅଫିସର ହୋଇ ଦେଶ ସେବା କରିବାକୁ ରହିଛି ରଣବୀରଙ୍କ ଇଛା । ଏକଥା ଶୁଣିବା ପରେ ବାରାଣସୀର ଜୋନ ଏଡିଜି ରଣବୀରଙ୍କ ଏହି ଇଛା ପୂରଣ କରିବାକୁ ଆଗ୍ରହ ଦେଖାଇଛନ୍ତି । ରଣବୀର ଗୋଟିଏ ଦିନ ପାଇଁ ଏଡିଜି ଭାବେ ନିଯୁକ୍ତି ପାଇବା ସହ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟଭାର ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ରଣବୀରଙ୍କୁ ଫୁଲୋତୋଡା ଦେଇ ସ୍ୱାଗତ କରିବା ସହ ସାଲ୍ୟୁଟ ଜଣାଇଛନ୍ତି । ସୋସିଆଲ ମିଡ଼ିଆରେ ରଣବୀର ଭାରତୀଙ୍କ ଏହି ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।