କନକ ବ୍ୟୁରୋ: ନାଳରେ ଭାସ ଯାଇ ନାବାଳକ ମୃତ। ଯାଜପୁର କାଳିନ୍ଦ୍ରାବାଦ ଅଞ୍ଚଳର ବିଶ୍ୱରଞ୍ଜନ ସାହୁ ଶୌଚ ଯାଇଥିବା ବେଳେ ଭାସି ଯାଇ ଜୀବନ ହାରିଛନ୍ତି। ପ୍ରଥମେ ତାଙ୍କର ଚପଲ ଭାସିଯିବାରୁ ତାକୁ ଧରିବାକୁ ଯାଇ ୮ବର୍ଷୀୟ ବିଶ୍ୱରଞ୍ଜନ ମଧ୍ୟ ଭାସିଯାଇଥିଲେ। ଅଗ୍ନିଶମ ବାହୀନି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବିଶ୍ୱରଞ୍ଜନ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ।

Advertisment