ଜଳାଇଦେଲା “ଜୟ ଶ୍ରୀରାମ” ନାରା ! ଜୟ ଶ୍ରୀରାମ ନାରା ନ କହିବାରୁ ନାବାଳକଙ୍କୁ ଜିଅନ୍ତା ଜାଳିଲେ ଦୁର୍ବୃତ୍ତ , ପୀଡିତଙ୍କ ବୟାନକୁ ନେଇ ସନ୍ଦେହରେ ପୋଲିସ୍ । 

177

ଉତ୍ତରପ୍ରଦେଶ ର ଚନ୍ଦୋଲୀରେ ଜୟ ଶ୍ରୀରାମ ନାରା ନକହିବାରୁ ଜଣେ ନାବାଳକଙ୍କୁ ଜିଅନ୍ତା ଜାଳିଦେଇଛନ୍ତିି ଦୁର୍ବୃତ୍ତ । ନାବାଳକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ବିଏଚୟୁର ଟ୍ରାମା ସେଣ୍ଟରରେ ପୀଡିତର ଚିକିତ୍ସା ଚାଲିଛି । ପୀଡିତ ଜଣକ ଯନ୍ତ୍ରଣାରେ ଛଟପଟ ହୋଇ କହୁଛନ୍ତି ଯେ ତାଙ୍କୁ ‘ଜୟ ଶ୍ରୀରାମ’ ନ କହିବାର ସଜା ମିଳିଛି । ପୀଡିତ ଶରୀରର ୬୦% ପୋଡ଼ି ଯାଇଥିବାରୁ ସେ ଅତି ସଙ୍କଟଜନକ ଅବସ୍ଥାରେ ପଡ଼ିରହିଛନ୍ତି । ଡାକ୍ତରଖାନାର କ୍ୟାମେରା ସମ୍ମୁଖରେ ସେ ଏ ଭଳି ବୟାନ ରଖୁଥିବାବେଳେ ପୁଲିସ କିନ୍ତୁ ଏନେଇ ପୀଡିତର ବୟାନରେ ତାଳମେଳ ରହୁନାହିଁ ବୋଲି କହୁଛନ୍ତି ।

ଏହି ଘଟଣାରେ ଏସପି ସନ୍ତୋଷ କୁମାର ସିଂହ କହିଛନ୍ତି ଯେ ଏହି ୧୫ ବର୍ଷୀୟ ପୀଡିତର କଥାରେ ତାଳମେଳ ରହୁନାହିଁ । ପ୍ରଥମେ ସେ ମହାରାଜପୁର ଗାଁରେ ଦୌଡିବା ପାଇଁ ଯିବା ସମୟରେ ୪ ଜଣ ଦୁର୍ବୃତ୍ତ ତାକୁ ଅପହରଣ କରି ବିଲକୁ ନେଇ ନିଆଁ ଲଗାଇଥିବା କଥା କହୁଥିବା ବେଳେ ପୁଣିଥରେ ପଚାରିଲେ ଦୁଧାରୀ ପୋଲକୁ ବୁଲିବାକୁ ଯାଇଥିବା ବେଳେ ତାକୁ କିରୋସିନି ଢାଳି ନିଆଁ ଲଗାଇଥିବା କଥା କହୁଛି । ପୀଡିତ କହିବାନୁସାରେ ଅଭିଯୁକ୍ତଙ୍କ ମୁହଁ ଘୋଡା ହୋଇଥିଲା । ଦୁର୍ବୃତ୍ତ ପ୍ରଥମେ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ ନାବାଳକ ଏଥିରେ ଅମଙ୍ଗ ହେବାରୁ କିରୋସିନି ଢାଳି ନିଆଁ ଲଗାଇ ଦୁର୍ବୃତ୍ତ ଦୌଡି ପଳାଇଥିଲେ । କିନ୍ତୁ ବାରମ୍ବାର ବୟାନ୍ ପରିବର୍ତ୍ତନ କରୁଥିବା ଏବଂ ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିବା କହି ପୀଡିତ ପୋଲିସ୍ କୁ ଚିନ୍ତାରେ ପକାଇ ଦେଇଛନ୍ତି ।

ପୋଲିସର କହିବାନୁସାରେ ନାବାଳକ ଯେଉଁ ଯେଉଁ ସ୍ଥାନରେ ଏହି ଘଟଣା ଘଟିଥିବା କଥା କହିଛନ୍ତି ସେଠାରେ ପୂର୍ବରୁ ସିସିଟିଭି ଲାଗିଥିଲା । ତେବେ ଏହି ସିସିଟିଭି ଚେକ୍ କରିବା ବେଳେ ଏଭଳି କୌଣସି ଘଟଣା ସାମ୍ନାକୁ ଆସିନାହିଁ । ଘଟଣା ବୋଧେ ଅନ୍ୟ କିଛି କିନ୍ତୁ  ସରକାରଙ୍କଠାରୁ ଆର୍ଥୀକ ଲାଭ ପାଇବା ଆଶାରେ ହେଉ କିମ୍ବା ଅନ୍ୟ କିଛି ଭାବରେ ପୀଡିତ ଏବଂ ତାଙ୍କ ମା’ଙ୍କୁ କେହି ଜୟ ଶ୍ରୀରାମ ନାରାକୁ ଉଠାଇବାକୁ କହିଛନ୍ତି । ଏହି ଘଟଣା ଉଠାଇବା ଦ୍ୱାରା କେସ୍ ବହୁତ ବଡ ହେବ ଆର୍ଥୀକ ସହାୟତା ମିଳିବା ଦୃଷ୍ଟିରୁ ବୋଧହୁଏ ପୀଡିତ ଏଭଳି ବୟାନ୍ ଦେଉଥିବା କଥା ପୋଲିସ୍ ଅନୁମାନ କରୁଛି । କାରଣ ପୀଡିତ ଜଣକ ପୂର୍ବରୁ ଏଭଳି କୌଣସି କଥା କହୁନଥିବା ବେଳେ ଘଟଣାର ୩ ଘଣ୍ଟା ପରେ ଜୟ ଶ୍ରୀରାମ କଥା ଉଠାଇଥିଲେ ।