ଶୀତରୁ ବଂଚିବା ପାଇଁ ଯୁବକ ଆପଣେଇଲେ ସାଘାଂତିକ ଉପାୟ : କଲେଜ୍ ଲାଇବ୍ରେରୀରେ ଲଗାଇଦେଲେ ନିଆଁ
ସାରା ଦେଶରେ ଲାଗି ରହିଛି ଶୀତ ଲହରୀ । ଲୋକମାନେ ଥଣ୍ଡାରୁ ବଞ୍ଚିବା ପାଇଁ ନିଆଁ ପୁଇଁଛନ୍ତି। ତେବେ ଶୀତରୁ ବଞ୍ଚିବା ପାଇଁ ଜଣେ ଯୁବକ ଇଣ୍ଟର କଲେଜର ଏକ ଲାଇବ୍ରେରୀରେ ନିଆଁ ଲଗାଇ ଦେବାର ଏକ ଘଟଣା ସାମ୍ନାକୁ ଆସିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଏଭଳି ଏକ ଅଭାବନୀୟ ଘଟଣା ଖେତାଡି ଅଞ୍ଚଳରେ ଘଟିଛି। ଶୀତ କୋପରୁ ରକ୍ଷା ପାଇବା ପାଇଁ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଇଣ୍ଟର କଲେଜର ତାଲା ଭାଙ୍ଗି ଲାଇବ୍ରେରୀରେ ପଶିଥିଲେ। ଏହା ସତ୍ତ୍ୱ ବି ଶୀତ ନକମିବାରୁ ସେ ଲାଇବ୍ରେରୀରେ ଥିବା ବହିରେ ନିଆଁ ଲଗାଇଦେଇଥିଲେ। ଏହି ନିଆରେ ପ୍ରାୟ ୩୦ ହଜାରରୁ ଅଧିକ ଟଙ୍କାର ବହି ଜଳି ପୋଡି ପାଉଁଶ ହୋଇଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଇଣ୍ଟର କଲେଜ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସକୁ ଜଣାଇଥିଲେ। ପୁଲିସ କଲେଜ ଲାଇବ୍ରେରୀରେ ନିଆଁ ଲଗାଇଥିବା ଦୁର୍ବୃତ୍ତକୁ ଧରି ପଚରାଉଚରା କରିବା ସମୟରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲା।